Odisha Link
Bridging the Missing Links in Odisha

ଅଗ୍ନିବୀରଙ୍କ ସଂରକ୍ଷଣ ଘୋଷଣା ପ୍ରସଙ୍ଗ: ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲା କଂଗ୍ରେସ

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନର ଆଜି ଷଷ୍ଠ ଦିନ। ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଥିବାବେଳେ ବିଭିନ୍ନ ଆଲୋଚନା ଜାରି ରହିଛି। ଏସବୁ ଭିତରେ ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛି କଂଗ୍ରେସ। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ସ୍ବାଧିକାର ଭଙ୍ଗ ନୋଟିସକୁ ବାଚସ୍ପତି ଗ୍ରହଣ କରିଛନ୍ତି। ଗୃହ ବାହାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କଂଗ୍ରେସ ବିଧାୟକ ତାରା ବାହିନୀପତି ବିରୋଧ କରିଛନ୍ତି। ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଛିନ୍ତି ମୁଖ୍ୟମନ୍ତ୍ରୀ। ଗୃହ ଚାଲିଥିବାବେଳେ ବାହାରେ କିପରି ଘୋଷଣା କଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନା ଥାଉକି, ଅଗ୍ନିବୀର ସୈନିକଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଓଡ଼ିଶାର ଅଗ୍ନିବୀର ସୈନ୍ୟଙ୍କୁ ରାଜ୍ୟର ପୁଲିସ ଓ ଅଗ୍ନିଶମ ବାହିନୀ ଭଳି ୟୁନିଫର୍ମ ସେବାରେ ସଂରକ୍ଷଣ ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଓଡ଼ିଶାର ଅଗ୍ନିବୀର ସୈନିକମାନେ ସେନାବାହିନୀରୁ ବାହାରିବା ପରେ ସେମାନଙ୍କୁ ରାଜ୍ୟର ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ। ଏହାସହ ସେମାନଙ୍କ ବୟସସୀମା ୫ ବର୍ଷ କୋହଳ କରାଯିବ।

ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ। ଆମର ଅଗ୍ନିବୀରମାନେ ସେନା ବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି। ରାଜ୍ୟ ସରକାର ଓଡ଼ିଶାର ୟୁନିଫର୍ମ ସେବାରେ ସେମାନଙ୍କୁ ନିଯୁକ୍ତିରେ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Leave A Reply

Your email address will not be published.