Odisha Link
Bridging the Missing Links in Odisha

ହେପାଜତ ମୃତ୍ୟୁକୁ ନେଇ ତାରାଙ୍କ ପ୍ରଶ୍ନ, ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନର ଆଜି ଷଷ୍ଠ ଦିନ। ଗୃହକାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ଆଲୋଚନା ଜାରି ରହିଥିଲା। ହାଜତ ମୃତ୍ୟୁକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ୧୦ ବର୍ଷରେ ୪୮ ଜଣଙ୍କର ହାଜତ ମୃତ୍ୟୁ ହୋଇଥିବାବେଳେ ୨୦୧୫ରେ ସର୍ବାଧିକ ୮ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୯ ଓ ୨୦ରେ ୭ ଲେଖାଁଏ, ୨୦୨୩ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ, ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲା କଂଗ୍ରେସ। ଏହା ପରେ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି। ସବୁ ନୋଟିସ ଉପରେ ଆଲୋଚନା କରି କହିବି ବୋଲି ବାଚସ୍ପତି କହିଛନ୍ତି। ବାଚସ୍ପତିଙ୍କ ବିବୃତି ପରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ଗୃହ ମୁଲତବି ଘୋଷଣା କରାଯାଇଛି।

Leave A Reply

Your email address will not be published.