Odisha Link
Bridging the Missing Links in Odisha

ଆବାସ ଅପେକ୍ଷାରେ ଲକ୍ଷାଧିକ ହିତାଧିକାରୀ, ଫେରିଗଲା ୬ ଲକ୍ଷରୁ ଅଧିକ ପକ୍କାଘର

ଓଏଲ୍ ବ୍ୟୁରୋ: ରାଜ୍ୟ ବଜେଟ୍‌ ଅଧିବେଶନର ସପ୍ତମ ଦିନ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିବାବେଳେ ରାଜ୍ୟରେ ପକ୍କାଘର ଆବଣ୍ଟନ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ଏକ ବଡ ତଥ୍ୟ ଦେଇଛନ୍ତି। ରାଜ୍ୟରେ ପକ୍କାଘର ଆବଣ୍ଟନ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ଗୃହରେ ଉତ୍ତର ରଖି କହିଛନ୍ତି। ସେ କହିଛନ୍ତି, ଯୋଗ୍ୟ ହିତାଧିକାରୀ ତାଲିକା ଅଭାବରୁ ୬,୫୬,୯୪୫ ପକ୍କା ଘର ଫେରିଯାଇଛି। ପୂର୍ବ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇ ନପାରିବାରୁ ଫେରିଯାଇଥିବା ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଓଡିଶାକୁ ୪୨,୧୮,୩୬୪ଟି ପକ୍କା ଘର ଯୋଗାଇ ଦେଇଛି। ୧,୨୬,୭୧୯ଟି ପରିବାର ଆବାସ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଗୃହରେ ଉତ୍ତର ରଖି କହିଛନ୍ତି।

ଅନ୍ୟପଟେ ସପ୍ତମ ଦିନରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ରାଜ୍ୟରେ ଥିବା ଆପାର୍ଟମେଣ୍ଟକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପତି ଗୃହରେ ପ୍ରଶ୍ନ କରିଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖିଛନ୍ତି। ରାଜ୍ୟର ବିଭିନ୍ନ ସହରରେ ୭୧୯ ଆପାର୍ଟମେଣ୍ଟ ରହିଛି। କେବଳ ଭୁବନେଶ୍ୱରରେ ୬୮୯ଟି ବେଆଇନ ଆପାର୍ଟମେଣ୍ଟ ରହିଛି। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏନେଇ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.