Odisha Link
Bridging the Missing Links in Odisha

ଅଲିମ୍ପିକ୍ସ ୨୦୨୪: ଭାରତକୁ ଆଉ ଏକ ପଦକ, ମନୁ-ସରବୋଜତ ଶୁଂଟିରେ ଜିତିଲେ ବ୍ରୋଞ୍ଜ ପଦକ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ। ଶୁଟିଂରେ ଭାରତକୁ ମିଳିଲା ବ୍ରୋଞ୍ଜ ପଦକ। ମନୁ ଭାକର ଓ ସରବୋଜତ ସିଂହ ଯୋଡ଼ି ୧୦ ମିଟର ଏୟାର ପିସ୍ତଲ ମିକ୍ଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହିତ ୨୨ ବର୍ଷିୟ ମନୁ ଭାକର ଇତିହାସ ରଚିଛନ୍ତି। ମନୁ ଭାକର ପ୍ରଥମ ଭାରତୀୟ ଖେଳାଳି ଭାବେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ହାତେଇଛନ୍ତି। ଏଥିସହିତ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ରେ ପହଁଞ୍ଚିଛି।

ଏହାପୂର୍ବରୁ କୌଣସି ଭାରତୀୟ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ନାହାନ୍ତି। ସୁଶୀଲ କୁମାର ଓ ପିଭି ସିନ୍ଧୁ ଦୁଇ ଦୁଇଟି ପଦକ ଜିତିଛନ୍ତି। ହେଲେ ତାହା ଅଲଗା ଅଲଗା ଅଲିମ୍ପିକ୍ସରେ। ସ୍ବାଧିନ ଭାରତର ପ୍ରଥମ ଖେଳାଳି ଭାବେ ମନୁ ଭାକର ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିଛନ୍ତି। ପୂର୍ବରୁ ୧୦ ମିଟର ଏୟାର ପିସ୍ତଲ ମହିଳା ବିଭାଗରେ ମନୁ ବ୍ରୋଞ୍ଜ ପଦକ ଜିତିଥିଲେ।

ଆଜିର ମ୍ୟାଚରେ ମନୁ-ସରବୋଜତ ୧୬-୧୦ରେ କୋରିଆକୁ ପରାସ୍ତ କରିଚନ୍ତି। ଅଲିମ୍ପିକ୍ସରେ ମନୁଙ୍କ ଦ୍ବିତୀୟ ପଦକ ହୋଇଥିବା ବେଳେ ସରବୋଜତ ସିଂହ ପ୍ରଥମ ପଦକ ହାସଲ କରିଛନ୍ତି।

Leave A Reply

Your email address will not be published.