ଗୃହରେ ଉଠିଲା ପ୍ରଶ୍ନ, ଆଳୁ ପାଇଁ କାହିଁକି ଚିଠି ଲେଖିଲେ ନବୀନ
ଓଏଲ୍ ବ୍ୟୁରୋ: ରାଜ୍ୟ ବଜେଟ୍ ଅଧିବେଶନର ସପ୍ତମ ଦିନ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିବାବେଳେ ଆଳୁ ପାଇଁ ବିରୋଧୀ ଦଳ ନେତା କାହିଁକି ଚିଠି ଲେଖିଲେ ବୋଲି ମନ୍ତ୍ରୀ ପଚାରିଛନ୍ତି। ମୁଲତବି ଆଲୋଚନା ବେଳେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ବିରୋଧୀ ଦଳ ନେତା କାହିଁକି ଚିଠି ଲେଖିଲେ, କେଉଁ ଆଧାରରେ ଲେଖିଲେ। ଚିଠି ଲେଖିବାର ଅଭ୍ୟାସ ଅଛି ବୋଲି ଲେଖିଦେଲେକି।
ଏହା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିବାବେଳେ ପୁଣି ପୂର୍ବ ବିଜେଡି ସରକାର ଉପରେ ଦୋଷ ଲଦିଲେ ମନ୍ତ୍ରୀ। ବିଜେଡି ଶସ୍ତା ରାଜନୀତି ବନ୍ଦ କରନ୍ତୁ, ଆମେ ଚିଠି ଲେଖିବାରେ ବିଶ୍ବାସ କରୁନା। ଚିଠିରେ ସମାଧାନ ହୁଏନି, ମୁଖ୍ୟମନ୍ତ୍ରୀ ସିଧା କଥାହୋଇ ସମାଧାନ କଲେ। ୨୪ ବର୍ଷ ହେଲା କିଛି କରିନାହାନ୍ତି ବୋଲି ଲୋକ ସେମାନଙ୍କୁ ସେପଟକୁ ପଠାଇଲେ ବୋଲି କହି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।