Odisha Link
Bridging the Missing Links in Odisha

କେରଳ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୪୦ ପାର୍

ଓଏଲ୍‌ ବ୍ୟୁରୋ: କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଯାବତ ହସ୍ତଗତ ହୋଇଥିବା ଖବର ଅନୁସାରେ, ଭୂସ୍ଖଳନରେ୧୪୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି। ଶୋକ ପ୍ରକାଶ କରିବା ସହ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେରଳ ସରକାର। ୱାଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଛି। ଉଦ୍ଧାର କାର୍ଯ୍ୟରେ ଜାରି ରହିଥିବାବେଳେ ଜଣେ ଓଡ଼ିଆ ଡାକ୍ତର ନିଖୋଜ ଥିବା ଜଣା ପଡିଛି।

ନିଖୋଜ ଥିବା ଓଡ଼ିଆ ଡାକ୍ତର ଜଣକ ହେଉଛନ୍ତି କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା। ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ନିଖୋଜ ନେଇ ବାପା ଅମର ଚିନାରା ସୂଚନା ଦେଇଛନ୍ତି। ପୁଅବୋହୂ ତାଙ୍କ ଦୁଇ ବନ୍ଧୁଙ୍କ ସହ ୨୬ରେ କେରଳ ଯାଇଥିଲେ। ଭୂସ୍ଖଳନରେ ପୁଅ ନିଖୋଜ ଥିବା ବୋହୂ ଠାରୁ ଜାଣିବାକୁ ପାଇଥିବା ନିଖୋଜ ବିଷ୍ଣୁପ୍ରସାଦ ଚିନାରାଙ୍କ ବାପା ଅମର ଚିନାରା ସୂଚନା ଦେଇଛନ୍ତି।

Leave A Reply

Your email address will not be published.