Odisha Link
Bridging the Missing Links in Odisha

ଦୁଇ ଦିନରେ ଧରା ହେଲେ ୩୩୪ ନାବାଳକ, ଚାଲାଣ କଟିଲା ୮୩ ଲକ୍ଷରୁ ଅଧିକ

ଓଏଲ୍‌ ବ୍ୟୁରୋ: ଏସଟିଏ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ହୋଇଥିଲା। ଚେକିଂ ଜୋରଦାର ହୋଇଥିବାବେଳେ ଦୁଇ ଦିନରେ ୩୩୪ ନାବାଳକ ଧରା ହୋଇଛନ୍ତି। ୮୩ ଲକ୍ଷ ୫୦ ହଜାର ଟଙ୍କା ଚାଲାଣ କଟିଲା। ୧୩୮ଟି ଗାଡ଼ି ଜବତ ହୋଇଥିବାବେଳେ କଟକରେ ସର୍ବାଧିକ ୨୭ ନାବାଳକ ଧରା ପଡିଛନ୍ତି। ଖାରଜ ହେବ ଜବତ ଗାଡ଼ିର ପଞ୍ଜିକରଣ। ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଚେକିଂ କରାଯାଇଥିଲା। ନିୟମ ଅନୁସାରେ ଯଦି ନାବାଳକ ଗାଡ଼ି ଜବତ ହୁଏ, ତେବେ ଅଭିଭାବକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବାର ସୂଚନା ରହିଥିଲା।

ସୂଚନା ଅନୁସାରେ, ରାଜ୍ୟରେ ଦୁର୍ଘଟଣା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି। ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବାର ଖବର ସାମ୍ନାକୁ ମଧ୍ୟ ଆସୁଛି। ତେବେ ଏସବୁ ଭିତରେ ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଏସଟିଏ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ କରାଯାଇଥିଲା। ବେଆଇନ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ ଏହି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା।

Leave A Reply

Your email address will not be published.