Odisha Link
Bridging the Missing Links in Odisha

କେବେ ଭାଙ୍ଗିବ ବେଆଇନ ଆପାର୍ଟମେଣ୍ଟ? ଜାଣନ୍ତୁ କ’ଣ କହିଲେ ମେୟର

ଓଏଲ୍ ବ୍ୟୁରୋ: ବଜେଟ୍‌ ଅଧିବେଶନର ସପ୍ତମ ଦିନରେ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ରାଜ୍ୟରେ ଥିବା ଆପାର୍ଟମେଣ୍ଟକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପତି ଗୃହରେ ପ୍ରଶ୍ନ କରିଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖିଛନ୍ତି। ରାଜ୍ୟର ବିଭିନ୍ନ ସହରରେ ୭୧୯ ଆପାର୍ଟମେଣ୍ଟ ରହିଛି। କେବଳ ଭୁବନେଶ୍ୱରରେ ୬୮୯ଟି ବେଆଇନ ଆପାର୍ଟମେଣ୍ଟ ରହିଛି।

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏନେଇ ଉତ୍ତର ରଖିଥିଲେ। ମନ୍ତ୍ରୀଙ୍କ ଉତ୍ତର ପରେ ବେଆଇନ ଆପାର୍ଟମେଣ୍ଟକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ବେଆଇନ ଆପାର୍ଟମେଣ୍ଟ ନେଇ ବିଏମ୍‌ସି ମେୟର ସୁଲୋଚନା ଦାସ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଯାହା ରହିବ ବିଏମ୍‌ସି ତାକୁ ମାନିବ। ଆପାର୍ଟମେଣ୍ଟକୁ ଭାଙ୍ଗିଲେ ସେହି ଅନୁଯାୟୀ କ୍ଷତିପୂରଣ ଦେବାକୁ ପଡ଼ିବ। ବିଏମ୍‌ସି ପାଖରେ କ୍ଷତିପୂରଣ ଦେବାକୁ ପଇସା ନାହିଁ। ସରକାର ଯଦି କ୍ଷତିପୂରଣ ଦେବେ, ଆମକୁ ଅନୁମତି ଦେଲେ ଭାଙ୍ଗିଦେବୁ ବୋଲି ମେୟର ସୁଲୋଚନା ଦାସ ମନ୍ତବ୍ୟ ରଖିଛନ୍ତି।

Leave A Reply

Your email address will not be published.