Odisha Link
Bridging the Missing Links in Odisha

ଚାଞ୍ଚଲ୍ୟକର ତଥ୍ୟ, ସମବାୟ ବ୍ୟାଙ୍କରେ ୧୪୭ କୋଟି ଦୁର୍ନୀତି!

ଓଏଲ୍ ବ୍ୟୁରୋ: ବଜେଟ୍‌ ଅଧିବେଶନର ଅଷ୍ଟମ ଦିନରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ସମବାୟ ମନ୍ତ୍ରୀ। ରାଜ୍ୟର ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଥିବା ସେ କହିଛନ୍ତି। ୧୪୭ରୁ ମାତ୍ର ୧୪ କୋଟି ଆଦାୟ ହୋଇଥିବାବେଳେ ୫୨୧ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୁନ୍ଦରଗଡ଼ରେ ୩୨ କୋଟି ୨୩ ଲକ୍ଷ, ସମ୍ବଲପୁରରେ ୩୦ କୋଟି, କେନ୍ଦୁଝର ୧୭, ବ୍ରହ୍ମପୁର ୧୦, ବାଙ୍କୀ ଓ ବାଲେଶ୍ବରରେ ୯ କୋଟିରୁ ଅଧିକ ଦୁର୍ନୀତି ହୋଇଛି। ସେହିଭଳି ୧୩ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କରେ ୭୭ କୋଟି ୪୫ ଲକ୍ଷର ହେରଫେର ହୋଇଥିବାବେଳେ ୧.୮୪ କୋଟି ଟଙ୍କା ଆଦାୟ ହୋଇଛି।୧୯.୩୪ କୋଟି ଆଦାୟ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଦୁର୍ନୀତିରେ ଲିପ୍ତ ୧୮୫ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Leave A Reply

Your email address will not be published.