Odisha Link
Bridging the Missing Links in Odisha

୯୭୧ କୋଟିରେ ନିର୍ମିତ ନୂଆ ସଂସଦ ଭବନ ଛାତରୁ ଗଳୁଛି ପାଣି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜଧାନୀ ଦିଲ୍ଲୀରେ ବୁଧବାର ସନ୍ଧ୍ୟାରେ ଭୀଷଣ ବର୍ଷା ହୋଇଥିଲା। ଯାହାଫଳରେ କିଛି ସ୍ଥାନରେ ପାଣି ଜମିବାର ଦେଖିବାକୁ ମିଳିଥିଲା। ଏଥିସହିତ ନୂଆ ସଂସଦ ଭବନର ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ଜମା ହେଉଛି ବର୍ଷା ପାଣି। କେବଳ ସେତିକି ନୁହେଁ ସଂସଦ ଭବନର ଛାତରୁ ମଧ୍ୟ ପାଣି ଗଳୁଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଏକ୍ସରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ନୂତନ ସଂସଦ ଭବନ ଅପେକ୍ଷା ପୁରୁଣା ସଂସଦ ଭବନ ଭଲ ଥିଲା। ଯେଉଁଠାରେ ପୁରୁଣା ସାଂସଦମାନେ ମଧ୍ୟ ଆସି ସାକ୍ଷାତ କରିପାରୁଥିଲେ। ପୁଣି ଥରେ ପୁରୁଣା ସଂସଦକୁ ଫେରିଯିବା। ଅନ୍ତତ ପକ୍ଷେ କୋଟି କୋଟି ଟଙ୍କାରେ ନିର୍ମିତ ସଂସଦ ଭବନରୁ ଜଳ ନିଷ୍କାସନ କାର୍ଯ୍ୟ ଚାଲିଥିବା ପର୍ଯ୍ୟନ୍ତ ପୁରୁଣା ସଂସଦକୁ ପୁନର୍ବାର କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉ। ବିଜେପି ସରକାରଙ୍କ ଅଧିନରେ ନିର୍ମିିତ ଏହି ନୂତନ ସଂସଦ ଭବନର ଛାତରୁ ପାଣି ଗଳିବା ନେଇ ଜନସାଧାରଣ ପ୍ରଶ୍ନ କରୁଛନ୍ତି ବୋଲି ଅଖିଳେଶ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି। ଯାହା ଏବେ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସେହିପରି କଂଗ୍ରେସ ସାଂସଦ ମଣିକ୍କମ ଟାଗୋର ଟ୍ବିଟ୍‌ କରି କହିଛନ୍ତି, ବାହାରେ ପେପର ଲିକ୍‌, ଭିତରେ ପାଣି ଲିକ୍‌।

ସୂଚନାଥାଉକି, ୯୭୧କୋଟି ଟଙ୍କା ବ୍ୟୟରେ ୨୦୨୨ ମସିହା ଅଗଷ୍ଟ ୨୨ରେ ନୂଆ ସଂସଦ ଭବନ କାମ ଶେଷ ହୋଇଥିଲା। ଏହାପରେ ପୁରା ପ୍ରୋଜେକ୍ଟ କାମ ୨୦୨୩ ମେ ୨୦ରେ ଶେଷ ହେବା ପରେ ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଥିଲେ। ନୂଆ ସରକାର ଗଠନ ହେବା ପରେ ସେଠାରେ ହିଁ ବଜେଟ ଅଧିବେଶନ ଜାରି ରହିଛି ।

Leave A Reply

Your email address will not be published.