Odisha Link
Bridging the Missing Links in Odisha

ପ୍ୟାରିସ୍‌ ଅଲିମ୍ପିକ୍ସ: ସୁଟିଂରେ ଭାରତକୁ ହ୍ୟାଟ୍ରିକ ପଦକ, ସ୍ୱପ୍ନିଲ ଜିତିଲେ ବ୍ରୋଞ୍ଜ ପଦକ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଁଞ୍ଚିଛି। ସୁଟିଂରେ ଭାରତକୁ ମିଳିଲା ହ୍ୟାଟ୍ରିକ ପଦକ। ପୁରୁଷ ୫୦ ମିଟର ରାଇଫଲ୍‌ ସୁଟିଂରେ ଭାରତକୁ ମିଳିଲା ପଦକ। ଜର ପ୍ରଥମ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଲେ ଭାରତର ସ୍ୱପ୍ନିଲ କୁସାଲେ। ଏହି ପଦକ ସହ ଚଳିତ ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ଏହା ପୂର୍ବରୁ ସୁଟିଂରେ ଭାରତକୁ ଦୁଇଟି ପଦକ ମିଳିସାରିଛି।

ଅଲିମ୍ପିକ୍ସରେ ପଦକ ପାଇଲା ପରେ ସ୍ବପ୍ନିଲ ଗଣମାଧ୍ୟମକୁ କହିଛନ୍ତି, ଭାରତ ପାଇଁ ପଦକ ଜିତି ଖୁସି ଲାଗୁଛି। ଦେଶ ପାଇଁ ପଦକ ଜିତିଥିବାରୁ ଖୁସି ଲାଗୁଛି। ଫାଇନାଲ ସମୟରେ ନର୍ଭସ ଥିଲି। ସମସ୍ତଙ୍କ ଆଶୀର୍ବାଦ ବଳରେ ଆଜି ସଫଳତା ହାସଲ କରିଛି ବୋଲି କହିଛନ୍ତି।

ଆଜିର ଫାଇନାଲ ମୁକାବିଲାରେ ସୁଟର ସ୍ବପ୍ନିଲ ୪୫୧.୪ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲେ। ସ୍ବପ୍ନିଲ କୁସାଲେ ୨୦୧୫ ମସିହାରେ କୁଏତରେ ଆୟୋଜିତ ଏଶିଆନ୍‌ ସୁଟିଂ ଚାମ୍ପିଅନସିପ୍‌ରେ ୫୦ ମିଟର ରାଇଫଲ ପ୍ରୋନ ୩ ଇଭେଣ୍ଟରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ୫୯ତମ ଜାତୀୟ ସୁଟିଂ ଚାମ୍ପିଅନସିପ୍‌ରେ ଗଗତ ନାରଙ୍ଗ ଓ ଚେନ ସିଂହଙ୍କ ପରି ଷ୍ଟାର ଖେଳାଳିଙ୍କୁ ହରାଇ ସାରିଛନ୍ତି।

Leave A Reply

Your email address will not be published.