Odisha Link
Bridging the Missing Links in Odisha

ପ୍ୟାରିସ୍‌ ଅଲିମ୍ପିକ୍ସ: ହକିରେ ଭାରତର ପ୍ରଥମ ପରାଜୟ, ବେଲଜିୟମଠୁ ୨-୧ରେ ହାରିଲା

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସର ହକି ବିଭାଗର କ୍ବାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ ରଖିଥିବା ଭାରତ ଆଜି ଚଳିତ ଅଲିମ୍ପିକ୍ସର ପ୍ରଥମ ମ୍ୟାଚ୍‌ ହାରିଛି। ବେଲଜିୟମ୍‌ଠୁ ୨-୧ ଗୋଲରେ ହାରିଲା ଭାରତ। ଏହି ପରାଜୟ ସହିତ ଭାରତ ପୁଲ ଟପ୍ପର ସ୍ଥାନ ହରାଇ ବସିଛି। ଦ୍ବିତୀୟ ସ୍ଥାନକୁ ଖସି ଆସିିଛି ଭାରତ। ସୂଚନାଥାଉକି, ପୂର୍ବରୁ ଭାରତ ଓ ବେଲଜିୟମ୍‌ କ୍ବାର୍ଟର ଫାଇନାଲରେ ପ୍ରବେଶ କରି ସାରିଛନ୍ତି।

ଭାରତ ପକ୍ଷରୁ ଅଭିଷେକ ଖେଳର ୧୮ ମିନିଟ୍‌ରେ ଗୋଲ ଦେଇଥିଲେ। ଯାହାଫଳରେ ଭାରତ ୧-୦ରେ ଆଗୁଆ ରହିଥିଲା। ପରେ ଖେଳର ୩୩ ମିନିଟରେ ବେଲଜିୟମ ଖେଳାଳି ଥିବୋ ଗୋଲ ଦେଇ ସ୍କୋର ୧-୧ରେ ବରାବର କରିଥିଲେ। ତାପରେ ୪୪ ମିନିଟରେ ଡୋମେନ ଜନ ଜନ ଆଉ ଏକ ଗୋଲ ଦେଇ ବେଲଜିୟମକୁ ୨-୧ରେ ଆଗୁଆ ରଖିଥିଲେ। ପରେ ଭାରତ ଖେଳରେ ଆଉ କମ୍‌ବ୍ୟାକ୍‌ କରି ପାରିନଥିଲା।

Leave A Reply

Your email address will not be published.