Odisha Link
Bridging the Missing Links in Odisha

ହୀରାକୁଦ ବିସ୍ଥାପିତଙ୍କୁ ମିଳିଲା ଜମିପଟ୍ଟା, ପ୍ରଦାନ କଲେ ରାଜସ୍ୱ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ଠାରେ ହୀରାକୁଦ ବିସ୍ଥାପିତ ପରିବାର ମାନଙ୍କୁ ସ୍ଥାୟୀ ଜମିପଟ୍ଟା ବଣ୍ଟନ କରାଯାଇଛି। ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କୁ ଜମିପଟ୍ଟା ପ୍ରଦାନ କରିଛନ୍ତି ରାଜସ୍ୱ ମନ୍ତ୍ରୀ। ଏହି ଅବସରରେ ୨୦୦ରୁ ଉର୍ଦ୍ଧ୍ବ ପରିବାର ସଦସ୍ୟଙ୍କୁ ସ୍ଥାୟୀ ଜମିପଟ୍ଟା ବଣ୍ଟନ କରାଯାଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲର ୨ଟି ଗାଁକୁ ଜମି ପଟ୍ଟା ପ୍ରଦାନ କରାଯାଇଛି। କୁର୍ଲା ଓ ଥୁଣ୍ଟିକତରବଗା ଗାଁର ୨୨୧ ବିସ୍ଥାପିତ ପରିବାରଙ୍କୁ ପଟ୍ଟା ପ୍ରଦାନ କରାଯିବ। ୧୦ ଡିସିମିଲ୍ ଲେଖାଏଁ ଜମି ପଟ୍ଟା ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ। ବର୍ଷକ ଭିତରେ ଜିଲ୍ଲାର ସବୁ ବିସ୍ଥାପିତଙ୍କୁ ଜମି ପଟ୍ଟା ଦିଆଯିବ ବୋଲି କହିଛନ୍ତି।

Leave A Reply

Your email address will not be published.