Odisha Link
Bridging the Missing Links in Odisha

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ବିଜେପିରେ ମିଶିଲେ ମମତା ମହନ୍ତ

ଓଏଲ୍‌ ବ୍ୟୁରୋ: ଗତକାଲିଠୁ ଆରମ୍ଭ ହୋଇଥିବା ରାଜନୈତିକ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। ବିଜେପିରେ ସାମିଲ ହୋଇଛନ୍ତି ମମତା ମହନ୍ତ। ଗତକାଲି ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହନ୍ତ ଇସ୍ତଫା ଦେଇଥିଲେ। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ସୂଚନା ଦେଇଥିଲେ। ବିଜେଡି ସାଂସଦ ମମତା ମହନ୍ତ ଗତ ୨୦୨୦ରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଆସନ୍ତା ୨୦୨୬ ଏପ୍ରିଲରେ ମମତା ମହନ୍ତଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ବିଜେଡି ସାଂସଦ ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ତେବେ ଆଜି ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.