Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡବ୍ଲ୍ୟୁଏଚ୍ଓର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ

ଓଏଲ୍‌ ବ୍ୟୁରୋ: ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ୱାମୀନାଥନ ଆଜି ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ କରିଛନ୍ତି। ଡାକ୍ତର ସୌମ୍ୟା ସ୍ୱାମୀନାଥନ ୨୦୧୭ ମସିହାରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦ୍ବିତୀୟ ସର୍ବୋଚ୍ଚ ପାହ୍ୟା-ଡେପ୍ୟୁଟି ଡାଇରେକ୍ଟର୍ ଜେନେରାଲ୍ ଭାବେ ନିଯୁକ୍ତ ହୋଇଥିଲେ। ସେ ଏହି ପଦବୀରେ ଦୁଇ ବର୍ଷ କାଳ କାର୍ଯ୍ୟ କରିବା ପରେ ୨୦୧୯ ମସିହାରୁ ସଂଗଠନର ଗବେଷଣା ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।

ସୌମ୍ୟା ହେଉଛନ୍ତି ଭାରତୀୟ ସବୁଜ ବିପ୍ଳବର ଜନକ ତଥା ବିଶ୍ବବିଖ୍ୟାତ ଉଦ୍ଭିଦ ବିଜ୍ଞାନୀ ‘ପଦ୍ମବିଭୂଷଣ’ ଏମ୍ଏସ୍ ସ୍ୱାମୀନାଥନ୍‍ ଓ ଶିକ୍ଷାବିତ୍ ମୀନା ସ୍ୱାମୀନାଥନଙ୍କର କନ୍ୟା। ଡବ୍ଲ୍ୟୁଏଚ୍ଓରେ ଯୋଗ ଦେବା ପୂର୍ବରୁ ସେ ୨୦୧୫ରୁ ୨୦୧୭ ମଧ୍ୟରେ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମ୍‍ଆର୍)ର ନିର୍ଦ୍ଦେଶିକା ଓ ସ୍ୱାସ୍ଥ୍ୟ ଗବେଷଣା ପାଇଁ ଭାରତ ସରକାରଙ୍କ ସଚିବ ରୂପେ କାର୍ଯ୍ୟ କରି ସାରିଛନ୍ତି।

Leave A Reply

Your email address will not be published.