Odisha Link
Bridging the Missing Links in Odisha

ପାରଳାଖେମୁଣ୍ଡି ହତ୍ୟା ମାମଲା: ୧୪ ଜଣଙ୍କୁ ଆଜୀବନ ଜେଲ୍‌

ଓଏଲ୍‌ ବ୍ୟୁରୋ: ଏକ ହତ୍ୟା ମାମଲାରେ ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ପାରଳାଖେମୁଣ୍ଡି ଅତିରିକ୍ତ ଦୌରା ଜଜ ପ୍ରଦୀପ କୁମାର ସାମଲ। ପାରଳାଖେମୁଣ୍ଡିରେ ଘଟିଥିବା ଏକ ହତ୍ୟା ମାମଲାରେ ୧୫ ବର୍ଷ ପରେ ଆଜି ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରିଛନ୍ତି କୋର୍ଟ।

୨୦୦୯ ମସିହା ୧୨ ତାରିଖରେ ପୂର୍ବ ଶତ୍ରୁତାରୁ ପାରଳାଖେମୁଣ୍ଡିର ଏକ ଗାଁର ଘାସି ସାହିରେ ପଶି ୧୬ ଜଣ ଦୁର୍ବୁତ୍ତ ଜଣେ ମହିଳାଙ୍କ ଘରେ ପସି ଅସଦାଚରଣ କରିବା ସହିତ ଆକ୍ରମଣ କରିଥିଲେ। ଏହି ଘଟଣା ଜାଣିବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଆହତ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୂ ହୋଇଥିଲା।

ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପ୍ରଥମେ ହତ୍ୟା ଉଦ୍ୟମ ଓ ପରେ ହତ୍ୟା ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ୧୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲିଥିଲା। କୋର୍ଟ ମାମଲା ବିଚାରାଧୀନ ଥିବା ବେଳେ ଅଭିଯୁକ୍ତ ନାଗବଂଶ ଭାସ୍କର ଓ ଜଙ୍ଗମ ହରିନାଥଙ୍କ ମୃତ୍ୟୁ ହୋଇଥିଲା।

୧୫ ବର୍ଷ ପରେ ଆଜି ଅନ୍ୟ ୧୪ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏଥିସହିତ ସମସ୍ତ ଅଭିଯୁକ୍ତ ୧୦ ହଜାର ଲେଖାଏଁ ଫାଇନ ଦେବେ ବୋଲି ରାୟରେ ଶୁଣାଇଛନ୍ତି କୋର୍ଟ।

Leave A Reply

Your email address will not be published.