Odisha Link
Bridging the Missing Links in Odisha

କେରଳ ଭୂସ୍ଖଳନ: ୩୦୦ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ଶତାଧିକ ନିଖୋଜ

ଓଏଲ୍‌ ବ୍ୟୁରୋ: କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ ହୋଇଥିବା ଖବର ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିର କେରଳ ଭୂସ୍ଖଳନ ହାହାକାର ସୃଷ୍ଟି କରିଛି। ତାଣ୍ଡବ ସ୍ଥଳରୁ ସେନା, ଏନଡିଆରଏଫ୍‌, ଅଗ୍ନିଶମ ସମେତ ବିଭିନ୍ନ ଏଜେନ୍ସି ଓ ସ୍ବେଚ୍ଛାସେବୀ ସଂଗଠନ ଜୀବନର ସନ୍ଧାନ କରୁଛନ୍ତି। ସେମାନଙ୍କ ଅବିଶ୍ରାନ୍ତ ଉଦ୍ୟମ ଫଳରେ ୧୯୦ ମୃତଦେହ ଉଦ୍ଧାର କରାଯାଇଛି। ଏଯାବତ ହସ୍ତଗତ ହୋଇଥିବା ଖବର ଅନୁସାରେ, ଭୂସ୍ଖଳନରେ ୩୦୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି।

ଶୋକ ପ୍ରକାଶ କରିବା ସହ ୨ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିଛନ୍ତି କେରଳ ସରକାର। ୱାଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଛି। ଏବେ ସୁଦ୍ଧା ପ୍ରାୟ ୨୦୦ ଲୋକ ନିଖୋଜ ଥିବାବେଳେ ସେମାନଙ୍କ ସନ୍ଧାନ ଲାଗି ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇଛନ୍ତି। ଅଦ୍ୟାବଧି ୧୦୦୦ରୁ ଅଧିକଙ୍କୁ ଉଦ୍ଧାର କରାଗଲାଣି। ଅନେକ ଲୋକ ନଦୀ ସ୍ରୋତରେ ଭାସିଯାଇଛନ୍ତି। ଏପରି କି ଘଟଣାସ୍ଥଳଠାରୁ ୧୦ରୁ ୨୦ କିମି ଦୂରରେ କେତେକଙ୍କ ମୃତଦେହ ଉଦ୍ଧାର ହୋଇଛି।

Leave A Reply

Your email address will not be published.