Odisha Link
Bridging the Missing Links in Odisha

ଉତ୍ତରପ୍ରଦେଶରୁ ଆସିଲା ଆଳୁ ଗାଡ଼ି, ଓଡ଼ିଶାରେ ଖସିଲା ଆଳୁ ଦର

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କିଛି ଦିନ ହେବ ହୁ ହୁ ହୋଇ ବଢ଼ିବାରେ ଆଳୁ ଦର ଲାଗିଥିଲା। ଆଳୁ ସମସ୍ୟାର ସମାଧାନ ପାଇଁ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ରାଜ୍ୟରେ ସୃଷ୍ଟି ହୋଇଥିବା ଆଳୁ ସମସ୍ୟା ଉପରେ ଆଲୋଚନା କରିଥିଲେ। ହେଲେ ଆଳୁ ସଙ୍କଟ ଦୂର ନହେବାରୁ ଉତ୍ତରପ୍ରଦେଶରୁ ଆଳୁ ଆସି ଓଡ଼ିଶାରେ ପହଞ୍ଚିଛି।

ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ଉତ୍ତରପ୍ରଦେଶରୁ ଆଳୁ ଆସି ଓଡ଼ିଶାରେ ପହଞ୍ଚିଛି। ଗୁରୁବାର ୟୁପିରୁ ୫ ଟ୍ରକ ଆଳୁ ଆସି ଓଡିଶାରେ ପହଞ୍ଚିଛି। ଓଡ଼ିଶାକୁ ଆଳୁ ଗାଡି ଆସିବା ପରେ ଦରରେ ପରିବର୍ତ୍ତନ ହୋଇଛି । ପୂର୍ବରୁ ୫୦ ଥିବାବେଳେ ତାହା ଏବେ ୩୦କୁ ଖସିଛି। ପରବର୍ତ୍ତୀ ସମୟରେ ଆଉ ୨୦ ଟ୍ରକ ଆଳୁ ଆସିବ। ପଶ୍ଚିମବଙ୍ଗ ସହ ଆଳୁ ବେପାର ବନ୍ଦ କରାଯିବ। ପଶ୍ଚିମବଙ୍ଗରୁ ଆଉ ଆସିବ ନାହିଁ ଆଳୁ। ୟୁପିରୁ ଆସିବ ଆଳୁ, ଯାହାର କ୍ୱାଲିଟି ମଧ୍ୟ ଭଲ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ଓଡିଶାରେ ଆଳୁର ଅସୁବିଧା ହେବା ପରେ ଏହି ଭଳି ନିଷ୍ପତ୍ତି ରାଜ୍ୟ ସରକାର ନେଇଥିବା ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Leave A Reply

Your email address will not be published.