Odisha Link
Bridging the Missing Links in Odisha

ପ୍ୟାରିସ୍‌ ଅଲିମ୍ପିକ୍ସ: ୭ମ ଦିନରେ ଭାରତୀୟଙ୍କ କ୍ରୀଡ଼ାସୂଚୀ, ମନୁ ଓ ଲକ୍ଷ୍ୟଙ୍କ ଉପରେ ସମସ୍ତଙ୍କ ନଜର

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ଠାରେ ଆୟୋଜିତ ବିଶ୍ବର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ଆଜି ହେଉଛି ୭ମ ଦିନ। ଏପର୍ଯ୍ୟନ୍ତ ଭାରତ ୩ଟି ପଦକ ଜିତି ସାରିଛି। ୬ଷ୍ଠ ଦିନ ଖେଳରେ ଭାରତକୁ ତୃତୀୟ ବ୍ରୋଞ୍ଜ ପଦକ ସୁଟର ସ୍ବପ୍ନିଲ କୁସାନେ ଦେଇଥିଲେ। ପ୍ରଥମ ପଦକ ମନୁ ଭାକର ଦେଇଥିବା ବେଳେ ଦ୍ବିତୀୟ ପଦକ ମନୁ ଓ ସରବଜୋତ ଯୋଡ଼ି ଭାରତକୁ ଦେଇଛନ୍ତି।

ଆଜିର ୭ମ ଦିନର ଖେଳରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିପାରେ। କାରଣ ଆଜି ୨ଟି ବ୍ରୋଞ୍ଜ ପଦକ ଜିିତି ସାରିଥିବା ମନୁ ଭାକର ପୁଣିଥରେ ସୁଟିଂ ସେଟ୍‌କୁ ଓହ୍ଲାଇବେ। ସେ ୨୫ ମିଟର କ୍ବାଲିଫିକେଶନ ପ୍ରିସିଜନ ମ୍ୟାଚ୍‌ ଖେଳିବାକୁ ଆଜି ମୈଦାନକୁ ଓହ୍ଲାଇବେ। ସେହିପରି ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ କ୍ବାର୍ଟର ଫାଇନାଲ ମୁକାବିଲାରେ ଲକ୍ଷ୍ୟ ସେନ୍‌ ନଜର ଆସିବେ।

ପ୍ୟାରିସ୍‌ ଅଲିମ୍ପିକ୍ସର ୭ମ ଦିନରେ ଭାରତର କ’ଣ କ’ଣ ମ୍ୟାଚ୍‌ ଆଉ କେତେବଳେ ଅଛି ତାର କ୍ରୀଡ଼ାସୂଚୀ ଉପରେ ଥରେ ପକାନ୍ତୁ ନଜର।

ଆଜି ଅଲିମ୍ପିକ୍ସରେ ଭାରତୀୟଙ୍କ କ୍ରୀଡ଼ାସୂଚୀ:

ଗଲ୍ଫ: ଅପରାହ୍ନ ୧୨.୩୦: ଗଗନଜିତ ଭୁଲାର, ଶୁଭଙ୍କର ଶର୍ମା (ପୁରୁଷ ବ୍ୟକ୍ତିଗତ ଷ୍ଟ୍ରୋକ୍‌ ପ୍ଲେ ରାଉଣ୍ଡ-୨)

ସୁଟିଂ: ଅପରାହ୍ନ ୧୨.୫୦: ମନୁ ଭାକର, ଈଶା ସିଂହ (ମହିଳା ୨୫ ମିଟର ପ୍ରିସିସନ୍‌ ଯୋଗ୍ୟତା ରାଉଣ୍ଡ୍)

ସୁଟିଂ: ଅପରାହ୍ନ ୧ : ଅନନ୍ତଜିତ ସିଂହ ନାରୁକା (ପୁରୁଷ ସ୍କିଟ୍‌ ଯୋଗ୍ୟତା ରାଉଣ୍ଡ)

ତୀରନ୍ଦାଜୀ: ଅପରାହ୍ନ ୧.୧୯: ଧୀରଜ ବୋମାଦେବରା / ଅଙ୍କିତା ଭକତ (ରିକର୍ଭ ମିକ୍ସଡ ଟିମ୍‌ ପ୍ରି-କ୍ବାର୍ଟର ଫାଇନାଲ୍)

ଜୁଡୋ: ଅପରାହ୍ନ ୧.୩୦: ତୁଳିକା ମାନ୍‌ ବନାମ ଇଡାଲିସ୍‌ ଓର୍ଟିଜ (ମହିଳା ୭୮ କିଲୋରୁ ଉର୍ଦ୍ଧ୍ବ ରାଉଣ୍ଡ-୩୨)

ରୋଇଂ: ଅପରାହ୍ନ ୧.୪୮: ବଲରାଜ ପଓ୍ବଁର (ପୁରୁଷ ସଙ୍ଗଲ୍ସ ସ୍କଲ୍ସ ଫାଇନାଲ୍‌ -ଡି)

ଜୁଡୋ: ଅପରାହ୍ନ ୨.୩୦: ତୁଳିକା ମାନ୍‌ (ପ୍ରତମ ରାଉଣ୍ଡ ଅତିକ୍ରମ କଲେ ରାଉଣ୍ଡ-୧୬)

ସୁଟିଂ: ଅପରାହ୍ନ ୩.୩୦: ମନୁ ଭାକର, ଈଶା ସିଂହ (ମହିଳା ୨୫ ମିଟର ପିସ୍ତଲ ରାପିଡ୍‌ ଯୋଗ୍ୟତା ପର୍ଯ୍ୟାୟ)

ସେଲିଂ: ଅପରାହ୍ନ ୩.୪୫: ନେତ୍ରା କୁମାନନ୍‌ (ମହିଳା ଡିଙ୍ଗହି ରେସ୍‌-୩, ରେସ୍‌-୪)

ହକି: ଅପରାହ୍ନ ୪.୪୫: ଭାରତ ବନାମ ଅଷ୍ଟ୍ରେଲିଆ (ପୁଲ୍‌-ବି)

ବ୍ୟାଡମିଣ୍ଟନ: ସନ୍ଧ୍ୟା ୬.୩୦: ଳକ୍ଷ୍ୟ ସେନ୍‌ ବନାମ ଚୌ ତିଏନ୍‌ ଚେନ୍‌ (ପୁରୁଷ ସିଙ୍ଗଲ୍ସ କ୍ବାର୍ଟର ଫାଇନାଲ୍)

ସେଲିଂ: ରାତି ୭.୫: ବିଷ୍ଣୁ ସରବାନନ୍‌ (ପୁରୁଷ ଡିଙ୍ଗ୍‌ହି ରେସ୍‌ ୩ ଓ ୪)

ଜୁଡୋ: ରାତି ୭.୩୦: ତୁଳିକା ମାନ (ଯୋଗ୍ୟତା ଅର୍ଜନ କଲେ ସେମି ଫାଇନାଲ୍‌ )

ଆଥଲେଟିକ୍ସ:
ରାତି ୯.୪୦: ଅଙ୍କିତା (ମହିଳା ୫୦୦୦ ମିଟର ହିଟ୍‌-୧)
ରାତି ୧୦.୦୬: ପାରୁଲ ଚୌଧୁରୀ (ମହିଳା ୫୦୦୦ ମିଟର ହିଟ୍‌-୨)
ରାତି ୧୧.୪୦: ତଜିନ୍ଦରପାଲ୍‌ ସିଂହ ଟୁର (ପୁରୁଷ ସଟ୍‌ପୁଟ୍‌ ଯୋଗ୍ୟତା ରାଉଣ୍ଡ)

Leave A Reply

Your email address will not be published.