Odisha Link
Bridging the Missing Links in Odisha

କେରଳ ଭୂସ୍ଖଳନ: ଆଜି ଓଡ଼ିଶା ଆସିବ ଡା.ବିଷ୍ଣୁ ପ୍ରସାଦଙ୍କ ମରଶରୀର

ଓଏଲ୍‌ ବ୍ୟୁରୋ: କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଯାବତ ହସ୍ତଗତ ହୋଇଥିବା ଖବର ଅନୁସାରେ, ଭୂସ୍ଖଳନରେ ୩୦୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି। ସୋମବାର ବିଳମ୍ବିତ ରାତିର କେରଳ ଭୂସ୍ଖଳନ ହାହାକାର ସୃଷ୍ଟି କରିଛି। ତାଣ୍ଡବ ସ୍ଥଳରୁ ସେନା, ଏନଡିଆରଏଫ୍‌, ଅଗ୍ନିଶମ ସମେତ ବିଭିନ୍ନ ଏଜେନ୍ସି ଓ ସ୍ବେଚ୍ଛାସେବୀ ସଂଗଠନ ଜୀବନର ସନ୍ଧାନ କରୁଛନ୍ତି। ସେମାନଙ୍କ ଅବିଶ୍ରାନ୍ତ ଉଦ୍ୟମ ଫଳରେ ୧୯୦ ମୃତଦେହ ଉଦ୍ଧାର କରାଯାଇଛି। ଏଯାବତ ହସ୍ତଗତ ହୋଇଥିବା ଖବର ଅନୁସାରେ, ଭୂସ୍ଖଳନରେ ୩୦୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି।

କେରଳ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ଓଡ଼ିଆ ଡାକ୍ତରଙ୍କ ମରଶରୀରକୁ ଓଡ଼ିଶା ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କେରଳ ଯାଇଥିବା ବରିଷ୍ଠ ଅଧିକାରୀ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି। ଆଜି ଡା.ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ ମରଶରୀର ଓଡ଼ିଶାରେ ପହଞ୍ଚିବ। ବିଷ୍ଣୁଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଓଡ଼ିଶାକୁ ପଠାଯିବାକୁ ବ୍ୟବସ୍ଥା କରାଯାଉଛି। ବିଷ୍ଣୁଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ ଓ ସ୍ବୀକୃତି ମହାପାତ୍ରଙ୍କ ଅବସ୍ଥା ସ୍ଥିର ଅଛି। ଉଭୟ ମେଡିକାଲରେ ଆହୁରି ୭୨ ଘଣ୍ଟା ଅବଜରଭେସନ୍‌ରେ ରହିବେ। ନିଖୋଜ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା ମିଳିନଥିବାବେଳେ ତାଙ୍କୁ ଉଦ୍ଧାର ପାଇଁ କେରଳ ସରକାରଙ୍କ ପକ୍ଷରୁ ସହଯୋଗ ମିଳୁଛି।

Leave A Reply

Your email address will not be published.