Odisha Link
Bridging the Missing Links in Odisha

ସ୍କୁଲକୁ ଛାତ୍ରଛାତ୍ରୀ ଆଣିପାରିବେନି ଗାଡ଼ି, ଆହୁରି କଡ଼ା ହେବ ନିୟମ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଦୁର୍ଘଟଣା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି। ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବାର ଖବର ସାମ୍ନାକୁ ମଧ୍ୟ ଆସୁଛି। ତେବେ ଏସବୁ ଭିତରେ ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ଅନେକ ସମୟରେ ସ୍କୁଲକୁ ଛାତ୍ରଛାତ୍ରୀ ଗାଡ଼ି ନେଇ ଆସିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଚେତନ କରାଯାଉଛି, ଖୁବଶୀଘ୍ର ସ୍କୁଲଗୁଡିକୁ ତାଗିଦ କରାଯିବ। ବିଭାଗୀୟ ଅଧିକାରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେବ। ଛାତ୍ରଛାତ୍ରୀ ଗାଡ଼ି ନେଇ ଆସିବା ଦ୍ୱାରା ଦୁର୍ଘଟଣାର ଶିକାର ହେଉଛନ୍ତି ତେଣୁ ସ୍କୁଲଗୁଡିକୁ ତାଗିଦ୍‌ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଗତ ଜୁଲାଇ ଶେଷରେ ଏସଟିଏ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ହୋଇଥିଲା। ଚେକିଂ ଜୋରଦାର ହୋଇଥିବାବେଳେ ଦୁଇ ଦିନରେ ୩୩୪ ନାବାଳକ ଧରା ହୋଇଛନ୍ତି। ୮୩ ଲକ୍ଷ ୫୦ ହଜାର ଟଙ୍କା ଚାଲାଣ କଟିଲା। ୧୩୮ଟି ଗାଡ଼ି ଜବତ ହୋଇଥିବାବେଳେ କଟକରେ ସର୍ବାଧିକ ୨୭ ନାବାଳକ ଧରା ପଡିଛନ୍ତି। ଖାରଜ ହେବ ଜବତ ଗାଡ଼ିର ପଞ୍ଜିକରଣ। ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଚେକିଂ କରାଯାଇଥିଲା। ନିୟମ ଅନୁସାରେ ଯଦି ନାବାଳକ ଗାଡ଼ି ଜବତ ହୁଏ, ତେବେ ଅଭିଭାବକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବାର ସୂଚନା ରହିଥିଲା।

Leave A Reply

Your email address will not be published.