Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ହାତରେ କଳା ଆର୍ମ ବ୍ୟାଣ୍ଡ, କାହିଁକି ପିନ୍ଧିଛନ୍ତି ଜାଣନ୍ତୁ..

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ଦ୍ବିପାକ୍ଷିକ ଦିନିକିଆ ସିରିଜ। ପ୍ରଥମ ମୁକାବିଲା କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଉଛି। ଘରୋଇ ଶ୍ରୀଲଙ୍କା ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ବର୍ତ୍ତମାନ ଖେଳ ଜାରି ରହିଛି। ଖବର ଲେଖା ହେବା ବେଳକୁ

ଆଜିର ମ୍ୟାଚ୍‌ ଆରମ୍ଭରୁ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ହାତରେ କଳା ରଙ୍ଗର ଆର୍ମ ବ୍ୟାଣ୍ଡ ପିନ୍ଧିଥିବାର ଦେଖିବାକୁ ମିଳିଛି। ଗତକାଲି ଭାରତର କିମ୍ବଦନ୍ତୀ କ୍ରିକେଟର ଅଂଶୁମାନ ଗାଏକଓ୍ବାଡଙ୍କ ପରଲୋକ ହୋଇଥିଲା। ତାଙ୍କୁ ସମ୍ମାନ ଜଣାଇ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଖେଳାଳି ମାନେ କଳା ଆର୍ମ ବ୍ୟାଣ୍ଡ ପରିଧାନ କରିଛନ୍ତି।

ସୂଚନାଥାଉକି, ୭୧ ବର୍ଷ ବୟସରେ ଅଂଶୁମାନ ଗାଏକଓ୍ବାଡଙ୍କ ପରଲୋକ ହୋଇଛି। ୧୨ ବର୍ଷର କ୍ୟାରିୟରରେ ଗାଏକଓ୍ବାଡ ୪୦ ଟେଷ୍ଟ ଓ ୧୫ଟି ଦିନିକିଆ ମ୍ୟାଚ ଖେଳିଥିଲେ। ସେ ତାଙ୍କ ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୨ଟି ଶତକ ବଳରେ ୨୨୫୪ ରନ୍‌ ସ୍କୋର କରିଥିଲେ। ୧୯୮୩ ମସିହାରେ ସେ ପାକିସ୍ତାନ ବିପକ୍ଷରେ ୨୦୧ ରନ୍‌ର ଦମଦାର ଇନିଂସ୍‌ ଖେଳିଥିଲେ।

ସୂଚନାଥାଉକି, ୧୯୯୭ ମସିହା ଅକ୍ଟୋବରରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା। ୧୯୯୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସେ କାର୍ଯ୍ୟକାଳରେ ରହିଥିଲେ। ତାଙ୍କ ସମୟରେ ଅନୀଲ କୁମ୍ବଲେ ପାକିସ୍ତାନ ବିପକ୍ଷରେ ଗୋଟିଏ ପାଳିରେ ସମସ୍ତ ୧୦ ୱିକେଟ୍‌ ଅକ୍ତିଆର କରି କୀର୍ତ୍ତିମାନ କରିଥିଲେ। ୨୦୧୮ରେ ଗାଏକ୍ବାଡଙ୍କୁ ବିସିସିଆଇ ପକ୍ଷରୁ ସିକେ ନାୟୁଡୁ ଜୀବନବ୍ୟାପୀ ସଫଳତା ପୁରସ୍କାର ଦିଆଯାଇଥିଲା।

Leave A Reply

Your email address will not be published.