Odisha Link
Bridging the Missing Links in Odisha

ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ଘଟଣା: ତଦନ୍ତ କରିବ ସିବିଆଇ

ଓଏଲ୍ ବ୍ୟୁରୋ: ଦିଲ୍ଲୀ କୋଚିଂସେଣ୍ଟର ଛାତ୍ର ମୃତ୍ୟୁ ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ଘଟଣାର ତଦନ୍ତ କରିବ ସିବିଆଇ। ଦିଲ୍ଲୀ ହାଇକୋର୍ଟ ସିବିଆଇକୁ ତଦନ୍ତ ଭାର ଦେଇଛନ୍ତି। ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ପ୍ରବଳ ବର୍ଷା ପରେ ରାଓ ଆଇଏଏସ୍‌ କୋଚିଂ ସେଣ୍ଟର ବିଲ୍ଡିଂର ତଳ ମହଲାରେ ପାଣି ହୋଇଯିବାରୁ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁଘଟିଥିଲା। ସମସ୍ତ ୩ ଛାତ୍ରଛାତ୍ରୀ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

ଅଧିକାରୀ କହିଛନ୍ତି ଯେ, ତିନିଜଣଙ୍କ ମୃତଦେହ ତଳ ମହଲାରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ମୃତ ଛାତ୍ରଛାତ୍ରୀଙ୍କ ନାମ ତାନିଆ ସୋନି (ତେଲେଙ୍ଗାନା), ଶ୍ରେୟା ଯାଦବ (ୟୁପି) ଏବଂ ନେଭିନ ଡାଲଭିନ (କେରଳ) ବୋଲି ଜଣାପଡ଼ିଛି। ଦିଲ୍ଲୀ ଅଗ୍ନିଶମ ବିଭାଗ (ଡିଏଫ୍‌ଏସ୍‌) ଅନୁଯାୟୀ, ଶନିବାର ସନ୍ଧ୍ୟାରେ ରାଓ ଆଇଏଏସ୍‌ ଷ୍ଟଡି ସେଣ୍ଟର କୋଚିଂରେ ଜଳ ନିଷ୍କାସନ ସମ୍ପର୍କରେ ସୂଚନା ମିଳିଥିଲା। ଏହି ଘଟଣାରେ କୋଚିଂ ସେଣ୍ଟରର ମାଲିକ ତଥା ସଂଯୋଜକଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଅଧିକାରୀ କହିଛନ୍ତି ଯେ, ହତ୍ୟା ସମେତ ଅନ୍ୟ ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ସହ ଅଧିକ ତଦନ୍ତ ଜାରିରହିଛି।

Leave A Reply

Your email address will not be published.