Odisha Link
Bridging the Missing Links in Odisha

ତେଲ୍ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଲା ଏୟାର ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ମଧ୍ୟପ୍ରାଚ୍ୟର ଇରାନ ଓ ଇସ୍ରାଏଲ ଭଳି ଦେଶରେ ବିବାଦ ଲାଗି ରହିଛି। ଯାହାକୁ ନଜରରେ ରଖି ଏୟାର ଇଣ୍ଡିଆ ତେଲ୍‌ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଛି ଏୟାର ଇଣ୍ଡିଆ। ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ତେଲ୍ ଆଭିଭକୁ କୌଣସି ବିମାନ ଚଳାଚଳ କରିବ ନାହିଁ ବୋଲି ଏୟାରଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଏୟାର ଇଣ୍ଡିଆ ବିମାନ ସେବା ପକ୍ଷରୁ କୁହାଯାଇଛି ଯେ ଇରାନ ଓ ଇସ୍ରାଏଲ ବିବାଦ ଉପରେ ଆମେ ନିରନ୍ତର ନଜର ରଖିଛୁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ତେଲ୍ ଆଭିଭକୁ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଛି। ଯେଉଁ ଯାତ୍ରୀମାନେ ଏଥିପାଇଁ ଟିକେଟ୍ କରିଥିଲେ ସେମାନଙ୍କୁ ସହାୟତା ଯୋଗାଇ ଦେଉଛୁ। ଆମ ପାଇଁ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା ବୋଲି କହିଛି ଏୟାର ଇଣ୍ଡିଆ। ସେହିପରି ଅଧିକ ସୂଚନା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ ନଂ ମଧ୍ୟ ଜାରି କରାଯାଇଛି। ଅଧିକ ସୂଚନା ପାଇଁ 011-69329333 / 011-69329999 ରେ କଲ୍ କରିପାରିବେ।

ସୂଚନାଥାଉକି, ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ପାଲେଷ୍ଟାଇନ ସମର୍ଥିତ ହମାସ ସଂଗଠନ। ଏହାପରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହାରି ମଧ୍ୟରେ ହମାସ ସଂଗଠନର ଟପ୍ ନେତା କୁହାଯାଉଥିବା ଇସମାଇଲ ହାନିୟାଙ୍କୁ ଇରାନରେ ହତ୍ୟା କରାଯାଇଛି। ସେ ଜୁଲାଇ ୩୧ରେ ଇରାନର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଫେରିବା ପରେ ତାଙ୍କୁ ହତ୍ୟା କରାଯାଇଛି। ଯାହାପରେ ଦୁଇ ଦେଶ ମଧ୍ୟରେ ଅସ୍ଥିରତା ଦେଖା ଦେଇଛି।

Leave A Reply

Your email address will not be published.