Odisha Link
Bridging the Missing Links in Odisha

ମାଲକାନଗିରି: ପୋଲ ଉପରେ ୩ଫୁଟ ଉଚ୍ଚର ପାଣି, ଯାତାୟତ ବନ୍ଦ

ଓଏଲ୍‌ ବ୍ୟୁରୋ: କିଛିଦିନ ହେବ ଓଡ଼ିଶାର ବିଭିିନ୍ନ ଅଞ୍ଚଳରେ ଲାଗି ରହିଛି ଲଗାଣ ବର୍ଷା। ବିଶେଷ ଭାବେ ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ ଅଧିକା ରହିଛି। ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ବୁଡ଼ିଲା ପୋଲ। କାଙ୍ଗୋରୁକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟ ଉଚ୍ଚତାର ପାଣି। ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଯାହାଫଳରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତକିଛି ଦିନ ହେଲାଣି ମାଲକାନଗିରିରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ତଳି ଅଂଚଳରେ ପାଣି ଜମିବା ସହ ଜାତୀୟ ରାଜପଥ ଉପରେ ମଧ୍ୟ ପାଣି ଜମି ରହିଛି।

Leave A Reply

Your email address will not be published.