Odisha Link
Bridging the Missing Links in Odisha

ଓ୍ୱାୟନାଡ ଭୂସ୍ଖଳନ: ଏବେବି ୨୦୦ ନିଖୋଜ, ମୃତ୍ୟୁସଂଖ୍ୟା ୩୪୪ ଛୁଇଁଲା

ଓଏଲ୍‌ ବ୍ୟୁରୋ: କେରଳର ଓ୍ବାୟନାଡରେ ସବୁକିଛି ଉଜାଡ଼ି ଦେଇଛି ଭୂସ୍ଖଳନ। କେରଳ ସରକାରଙ୍କ ସର୍ବଶେଷ ତଥ୍ୟ ଅନୁଯାୟୀ ୱାୟାନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୪୪ ଛୁଇଁଛି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଭଲ ଧରଣର ସର୍ଚ୍ଚ ରାଡାର ପଠାଇବାକୁ କେରଳ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ଏବେବି ୨୦୦ ଲୋକ ନିଖୋଜ ଅଛନ୍ତି। ମାଟି ତଳେ ଅନେକ ଜୀବନ ରହିଛି। ସେମାନଙ୍କୁ ଖୋଜିବା ପାଇଁ ରାଡାର୍‌ ଡ୍ରୋନ୍‌ର ସହାୟତା ନେଇଛି ଉଦ୍ଧାରକାରୀ ଦଳ। ୱାୟନାଡରେ ଭୂସ୍ଖଳନ ପରେ ପଞ୍ଚମ ଦିନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏପର୍ଯ୍ୟନ୍ତ ୩୪୪ ଲୋକଙ୍କ ମୃତ ହୋଇଥିବେ ବେଳେ ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏମାନଙ୍କୁ ଖୋଜିବା ପାଇଁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏଜେନ୍ସିଗୁଡ଼ିକ ସାହସ ହରାଇ ନାହାଁନ୍ତି।

ଭୂସ୍ଖଳନ ପରେ ରାଡାରା ଡ୍ରୋନ୍‌ ସହାୟତାରେ ମାଟି ତଳେ ଫଶି ରହିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି। କେବଳ ସେତିକି ନୁହେଁ ସନ୍ଧାନୀ କୁକୁର ସହାୟତା ମଧ୍ୟ ନିଆଯାଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ସହ ଏ ସଂକ୍ରାନ୍ତରେ କଥା ହୋଇଛନ୍ତି ଏବଂ ଏଲ୍‌ଡିଏଫ୍‌ ସରକାରଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ନିଶ୍ଚିତ କରିଛନ୍ତି। ଏଥିସହ ଦଳର କର୍ମୀମାନେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ବିଜେପି ମୁଖ୍ୟ ଜେପି ନାଡାଙ୍କୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେପିର ଏକମାତ୍ର କେରଳ ସାଂସଦ କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି।

Leave A Reply

Your email address will not be published.