Odisha Link
Bridging the Missing Links in Odisha

ଆଜି ଅପରାହ୍ନରୁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ଓଏଲ୍ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭଙ୍କର ସ୍ୱତନ୍ତ୍ର ଖସାପଡ଼ା ନୀତି। ଶ୍ରୀଜିଉଙ୍କ ଗୁପ୍ତ ସେବା ମଧ୍ୟରେ ଏହି ନୀତି ହୋଇଥିବାରୁ ଏହି ସେବା ସମୟରେ ଶ୍ରୀବିଗ୍ରହଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଏଥିପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ଚାରି ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଖସାପଡ଼ା ନୀତି ମହାପ୍ରଭଙ୍କର ଗପ୍ତ ସେବା ହୋଇଥିବା ବେଳେ ଏହି ନୀତି ଦ୍ୱାରା ଦାରୁ ବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ହୋଇଥାଏ। ଦଇତାପତି ସେବକମାନେ ଶ୍ରୀବିଗ୍ରହଙ୍କ ଏହି ଗୁପ୍ତ ନୀତିକୁ ଆଜି ଦ୍ଵିତୀୟ ଭୋଗମଣ୍ଡପ ପରେ ସମ୍ପଦାନ କରିବେ।

Leave A Reply

Your email address will not be published.