Odisha Link
Bridging the Missing Links in Odisha

ସୁଟିଂ: ସ୍କିଟ୍‌ ମିକ୍ସଡ୍‌ ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତ, ସନ୍ଧ୍ୟାରେ ଚାଇନାକୁ ଭେଟିବେ ମାହେଶ୍ବରୀ-ଅନନ୍ତ ଯୋଡ଼ି

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସର ୧୦ ଦିନରେ ଭାରତକୁ ମିଳିପାରେ ଦୁଇଟି ପଦକ। ଆଜି ସନ୍ଧ୍ୟା ୬ଟାରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ସୁଟିଂରେ ମାହେଶ୍ବରୀ-ଅନନ୍ତ ଯୋଡ଼ି ସନ୍ଧ୍ୟା ୬.୩୦ରେ ମଧ୍ୟ ବ୍ରୋଞ୍ଜ ପଦକ ମ୍ୟାଚ୍‌ ପାଇଁ ମୈଦାନକୁ ଓହ୍ଲାଇବେ।

ଆଜି ସୁଟିଂରେ ଭାରତ ପାଇଁ ଭଲ ଖବର ଆସିଛି। ସ୍କିଟ୍‌ ମିକ୍ସଡ୍‌ର ବ୍ରୋଞ୍ଜ ପଦକ ମ୍ୟାଚ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତର ମାହେଶ୍ବରୀ ଚୌହାନ ଓ ଅନନ୍ତ ଜିତ ସିଂହ ନାରୁକା ଯୋଡ଼ି। ସ୍କିଟ୍‌ ମିକ୍ହଡ୍‌ ଟିମ୍‌ ଯୋଗ୍ୟତା ରାଉଣ୍ଡରେ ଦମଦାର ପ୍ରଦର୍ଶନ କରି ୪ର୍ଥ ସ୍ଥାନ ହାସଲ କରିଥିଲେ ଭାରତର ଦୁଇ ଖେଳାଳି। ଦୁଇ ଖେଳାଳି ଯୋଗ୍ୟତା ଅର୍ଜନ କରି ସାରିଥିବା ବେଳେ ସ୍କିଟ୍‌ ମିକ୍ସଡ୍‌ ଟିମ୍‌ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଖେଳିବେ। ଭାରତୀୟ ସମୟ ସନ୍ଧ୍ୟା ୬.୩୦ରେ ଖେଳାଯିବ ଏହି ମ୍ୟାଚ୍। ମୋଟ ୧୪୬ ପଏଣ୍ଟ ହାସଲ କରି ଯୋଗ୍ୟତା ରାଉଣ୍ଡର ୪ର୍ଥ ସ୍ଥାନରେ ରହିଥିଲେ ଭାରତୀୟ ଖେଳାଳି।

ସନ୍ଧ୍ୟା ୬.୩୦ରେ ଭାରତୀୟ ଖେଳାଳି ଚାଇନା ବିପକ୍ଷରେ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଖେଳିବେ। ସେହିପରି ସନ୍ଧ୍ୟା ୬ଟାରେ ବ୍ୟାଡିମଣ୍ଟନ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଖେଳାଯିବ। ଭାରତର ଷ୍ଟାର ଶଟଲ୍‌ର ସେମି ମୁକାବିଲା ହାରିଥିବା ଲକ୍ଷ୍ୟ ସେନ୍‌ ବ୍ରୋଞ୍ଜ ପଦକ ପାଇଁ ଆଜି କୋଟ୍‌କୁ ଓହ୍ଲାଇବେ।

Leave A Reply

Your email address will not be published.