ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ମେଧା ତାଲିକା, ୱେବ୍ସାଇଟ୍ରେ ରେଜଲ୍ଟ ଉପଲବ୍ଧ
ଓଏଲ୍ ବ୍ୟୁରୋ: ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି-୨୦୨୪)ର ରାଜ୍ୟସ୍ତରୀୟ ଏବଂ ବିଷୟ ଭିତ୍ତିକ ମେଧା ତାଲିକା ପ୍ରକାଶ ପାଇଛି। ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ପରୀକ୍ଷାର୍ଥୀଙ୍କ ବିଷୟୱାରୀ ଓ ରାଜ୍ୟବ୍ୟାପୀ ତାଲିକା ଅପରାହ୍ଣରେ ପ୍ରକାଶ ପାଇଛି।
ଜାଣନ୍ତୁ ଛାତ୍ରଛାତ୍ରୀ କେମିତି ଦେଖିବେ ନିଜର ମେଧା ତାଲିକା..
ପ୍ରଦାନକରାଯାଇଥିବା ୱେବ୍ସାଇଟ୍ରେ https://resultspg.samsodisha.gov.in/ResultPG/dOaIxxG9211Gkit6K9OUJLywdkA9Ih ଛାତ୍ରଛାତ୍ରୀ ଯାଇ ନିଜର ମେଧା ତାଲିକା ଦେଖିପାରିବେ।
ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ୬ରୁ ୧୨ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଙ୍ଗ କରିବେ। ଏହାପରେ ୨୦ ତାରିଖ ଅପରାହ୍ଣ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ବା ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ୩୧ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ସେପ୍ଟେମ୍ବର ୧୦ ତାରିଖରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତବର୍ଷରେ ପିଜି ନାମଲେଖା ପାଇଁ ମୋଟ ୧୧୪ଟି ଶିକ୍ଷାନୁଷ୍ଠାନରେ ୨୮ହଜାର ୯୮୪ଟି ସିଟ୍ ରହିଛି।
ସେହିପରି ସେପ୍ଟେମ୍ବର ୧୦ ତାରିଖ ଅପରାହ୍ନ ୪ ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୧୧ ତାରିଖ ପୂର୍ବାହ୍ନ ୧୦ଟାରୁ ୧୩ ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବେ। ସେପ୍ଟେମ୍ବର ୨୪ରେ ଅପରାହ୍ନ ୨ଟାରେ ବଳକା ସିଟ୍ ପାଇଁ ମେଧା ତାଲିକା ଶିକ୍ଷାନୁଷ୍ଠାନ ଗଡ଼ିକର ଇ-ସ୍ପେସ୍ରେ ପ୍ରକାଶ ପାଇବ। ଶିକ୍ଷାନୁଷ୍ଠାନ ଗୁଡ଼ିକ ମନୋନୀତ ହେଇଥିବା ଛାତ୍ରୀଛାତ୍ର ନାମ ନିଜ ଶିକ୍ଷାନୁଷ୍ଠାନର ନୋଟିସ ବୋର୍ଡ, ୱେବ୍ସାଇଟ୍ରେ ପ୍ରକାଶ କରିବେ।
ଏଥିସହିତ ସେହି ଛାତ୍ରୀଛାତ୍ରଙ୍କୁ ଫୋନ କଲ୍/ଏସ୍ଏମ୍ଏସ୍/ହ୍ୱାଟ୍ସ ଆପ୍ ଜରିଆରେ ମଧ୍ୟ ଜଣାଇବେ। ମନୋନୀତ ଛାତ୍ରୀଛାତ୍ରମାନେ ସେପ୍ଟମ୍ବର ୨୬ ପୂର୍ବାହ୍ନ ୧୦ଟାରୁ ୨୮ ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବେ। ତେବେ ସେପ୍ଟେମ୍ବର ୧୮ରେ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।