ନିଟ୍ ପେପର ଲିକ୍ ମାମଲା: ଭୁବନେଶ୍ବରରୁ ସମ୍ପୃକ୍ତ ଅଭିଯୁକ୍ତ ଗିରଫ
![](https://www.odishalink.com/wp-content/uploads/2024/07/NEET-1.jpg)
ଓଏଲ୍ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍ ପରୀକ୍ଷା ବିବାଦ। ସାରା ଦେଶରେ ଜୋରଦାର ବିରୋଧ ଜାରି ରହିଥିବା ବେଳେ ପୁଲିସକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ବାନ୍ଧିଥିବାବେଳେ ଏବେ ଆଉ ଜଣଙ୍କୁ ଗିରଫ କରିଛି। ପାଟଣାର ପଙ୍କଜ କୁମାର ଓ ରାଜୁ ସିଂଙ୍କୁ ସିବିଆଇ ଗିରଫ କରିଥିବାବେଳେ ଏବେ ୩୪ ବର୍ଷୀୟ ସୁଶାନ୍ତ କୁମାରଙ୍କୁ ଭୁବନେଶ୍ବରରୁ ଗିରଫ କରିଛି। ନିଟ୍ ପେପର ବିତରଣରେ ସୁଶାନ୍ତଙ୍କ ହାତ ଥିବା ଅଭିଯୋଗ ପରେ ରବିବାର ସୁଶାନ୍ତଙ୍କୁ ଭୁବନେଶ୍ବରରୁ ପାଟଣା ନିଆଯାଇଛି। ସୁଶାନ୍ତ କୁମାରଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଛି।