Odisha Link
Bridging the Missing Links in Odisha

ଆଇଏସ୍‌ପିଡି ସମ୍ମିଳନୀରେ “କଲର ଆଟଲାସ୍‌ ଅଫ୍‌ ପେଡିଆଟ୍ରିକ୍‌ ଡର୍ମାଟୋଲୋଜି” ପୁସ୍ତକ ଉନ୍ମୋଚିତ

ଓଏଲ୍‌ ବ୍ୟୁରୋ: ଡାକ୍ତର ସନ୍ଦୀପନ୍‌ ଧର ଓ ଡାକ୍ତର ମୈତ୍ରୈୟୀ ପଣ୍ଡାଙ୍କ ଦ୍ୱାରା ଲିଖିତ ପୁସ୍ତକ “କଲର ଆଟଲାସ୍‌ ଅଫ୍‌ ପେଡିଆଟ୍ରିକ୍‌ ଡର୍ମାଟୋଲୋଜି”ର ୫ମ ସଂସ୍କରଣ ନିକଟରେ ଚେନ୍ନାଇ ଠାରେ ଆୟୋଜିତ ଇଣ୍ଡିଆନ୍‌ ସୋସାଇଟି ଫର୍‌ ପେଡିଆଟ୍ରିକ୍‌ ଡର୍ମାଟୋଲୋଜି (ଆଇଏସ୍‌ପିଡି)ର ଜାତୀୟ ସମ୍ମିଳନୀ ତଥା ରୌପ୍ୟ ଜୟନ୍ତୀ ଉତ୍ସବରେ ଉନ୍ମୋଚିତ ହୋଇଯାଇଛି । ଡାକ୍ତର ଧର ଆଇଏସ୍‌ପିଡିର ମୁଖ୍ୟ ଉପଦେଷ୍ଟା ଏବଂ ପୂର୍ବତନ ସଭାପତି ରହିଥିବା ବେଳେ ଡାକ୍ତର ପଣ୍ଡା ଏହି ଅନୁଷ୍ଠାନର ସାଧାରଣ ସମ୍ପାଦିକା ଅଟନ୍ତି । ଡାକ୍ତର ପଣ୍ଡା ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଡର୍ମାଟୋଲୋଜି ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ଏହି ପୁସ୍ତକରେ ଚର୍ମରୋଗ ସମ୍ପର୍କିତ ୧୦ ହଜାରରୁ ଊଦ୍ଧ୍ୱର୍ ଚିତ୍ର ଏବଂ ବିଷୟବସ୍ତୁ ରହିଥିବା ବେଳେ ଏହା ଶିଶୁରୋଗ ବିଶେଷଜ୍ଞ ଏବଂ ଚର୍ମରୋଗ ସମ୍ପର୍କୀୟ ଚିକିତ୍ସା କରୁଥିବା ଚିକିତ୍ସକଙ୍କ ନିମନ୍ତେ ଉପାଦେୟ ହୋଇପାରିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ଅଗଷ୍ଟ ୨ – ୪ ତାରିଖ ମଧ୍ୟରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବା ସହିତ ଆଟୋପିକ୍‌ ଡର୍ମାଟାଇଟିସ୍‌ ଏବଂ ଜେନୋଡର୍ମାଟୋସେସ୍‌ ସମ୍ବନ୍ଧରେ କର୍ମଶାଳା ଆୟୋଜିତ ହୋଇଥିଲା । ପେଡିଆଟ୍ରିକ୍‌ ଡର୍ମାଟୋଲୋଜି ସମ୍ପର୍କିତ ଭିଡିଓ ପ୍ରଦର୍ଶନ ଏବଂ ସାଇନ୍‌ଟିଫିକ୍‌ ଲେକଚର ପ୍ରଦାନ କରାଯାଇଥିଲା । ଦେଶର ବିଭିନ୍ନ ପ୍ରାନ୍ତରୁ ଚର୍ମରୋଗ ଓ ଶିଶୁରୋଗ ବିଶେଷଜ୍ଞଙ୍କ ସମେତ ପ୍ରାୟ ୫୦୦ ଜଣ ପ୍ରତିନିଧି ଏହି ସଭାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.