Odisha Link
Bridging the Missing Links in Odisha

ପ୍ୟାରିସ୍‌ ଅଲିମ୍ପିକ୍ସ: ଦ୍ବାଦଶ ଦିନରେ ବିଶ୍ବ ଦେଖିବ ଭାରତର ନାରୀ ଶକ୍ତି

ଓଏଲ୍‌ ବ୍ୟୁରୋ: ଆଜି ପ୍ୟାରିସ୍‌ ଅଲିମ୍ପିକ୍ସର ୧୨ତମ ଦିନ। ଆଜି ଭାରତ ଦୃଷ୍ଟି କୋଣରୁ ଦେଖିଲେ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଦିନ। ଆଜି ସାରା ବିଶ୍ବ ଦେଖିବ ଭାରତର ନାରୀ ଶକ୍ତିର ଝଲକ। ସୁଟିଂରେ ୩ଟି ପଦକ ଜିତିଥିବା ଭାରତ ଖାତାକୁ ଆଜି ଆଉ ଏକ ପଦକ ଆସିବା ନିଶ୍ଚିତ ହୋଇ ସାରିଛି। ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗଟ ପ୍ରଥମ ଭାରତୀୟ ଭାବେ କୁସ୍ତିର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଆଜି ରାତିରେ ସ୍ବର୍ଣ୍ଣ ପଦକ ଜିତି ଭିନେଶ ତୃତୀୟ ବ୍ୟକ୍ତିଗତ ଭାରତୀୟ ଖେଳାଳି ଭାବେ ନୂଆ ଇତିହାସ ରଚି ପାରନ୍ତି। ପ୍ରଥମ ମହିଳା ଖେଳାଳି ଭାବେ ବ୍ୟକ୍ତିଗତ ଇଭେଣ୍ଟରେ ଭିନେଶ ସ୍ବର୍ଣ୍ଣ ପଦକ ଜିତି ରେକର୍ଡ କରି ପାରନ୍ତି। ଆଜି ଖେଳାଯିବାକୁ ଥିବା କୁସ୍ତି ଫାଇନାଲ ମୁକାବିଲାରେ ୟୁଏସ୍‌ଏର ଆନ୍ନ ସାରା ହିଲ୍ଡବ୍ରାଣ୍ଡଙ୍କୁ ଭେଟିବେ ଭିନେଶ ଫୋଗଟ।

ସେହିପରି ଆଜି ରାତି ୧୧ଟାରେ ଭାରତର ଓ୍ବେଟଲିଫଟିଂ ରାଣୀ ମୀରାବାଇ ଚାନୁ ମୈଦାନକୁ ଓହ୍ଲାଇବେ। ଦେଶର ପ୍ରଥମ ଓ୍ବେଟଲିଫ୍ଟର ଭାବେ ଅଲିମ୍ପିକ୍ସରେ ଲଗାତାର ୨ଟି ପଦକ ଜିତିବା ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବେ ଚାନୁ। ତେବେ ଆଜି ୧୨ତମ ଦିନରେ ଭାରତୀୟ ଖେଳାଳିଙ୍କ କ୍ରୀଡ଼ାସୂଚୀ କ’ଣ ରହିଛି ? ତାଉପରେ ପକାନ୍ତୁ ନଜର…

ଆଜି ଅଲିମ୍ପିକ୍ସରେ ଭାରତୀୟଙ୍କ କ୍ରୀଡ଼ାସୂଚୀ:

ଆଥଲେଟିକ୍ସ: ପୂ୍ର୍ବାହ୍ନ ୧୧: ସୂରଜ ପଓ୍ବଁର / ପ୍ରିୟଙ୍କା ଗୋସ୍ବାମୀ (ମାରାଥନ ରେସ୍‌ ଓ୍ବାକ୍‌ ମିକ୍ସଡ୍‌ ରିଲେ ଫାଇନାଲ)

ଗଲ୍ଫ: ଅପରାହ୍ନ ୧୨.୩୦: ଅଦିତି ଅଶୋକ, ଦୀକ୍ଷା ଡାଗର (ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍‌ ପ୍ଲେ ରାଉଣ୍ଡ-୧)

ଟେବୁଲ ଟେନିସ୍: ଅପରାହ୍ନ ୧.୩୦: ଭାରତ ବନାମ ଜର୍ମାନୀ (ମହିଳା ଦଳଗତ କ୍ବାର୍ଟର ଫାଇନାଲ୍)

ଆଥଲେଟିକ୍ସ: ଅପରାହ୍ନ ୧.୩୫: ସର୍ବେଶ ଅନିଲ କୁଶାରେ (ପୁରୁଷ ହାଇଜମ୍ପ ଯୋଗ୍ୟତା ରାଉଣ୍ଡ)
ଅପରାହ୍ନ ୧.୪୫: ଜ୍ୟୋତି ୟାରାଜି (ମହିଳା ୧୦୦ ମି. ହର୍ଡଲ୍ସ ରାଉଣ୍ଡ-୧)
ଅପରାହ୍ନ: ୧.୫୫: ଅନୁ ରାଣୀ (ମହିଳା ଜାଭେଲିନ ଥ୍ରୋ ଯୋଗ୍ୟତା ରାଉଣ୍ଡ)

ରେସଲିଂ: ଅପରାହ୍ନ ୨.୩୦: ଅନ୍ତିମ ପଘାଂଲ (ମହିଳା ଫ୍ରୀଷ୍ଟାଇଲ ୫୩ କେଜି, ରାୁଣ୍ଡ-୧୬, ଯୋଗ୍ୟତା ଅର୍ଜନ କଲେ କ୍ବାର୍ଟର ଫାଇନାଲ)

ଆଥଲେଟିକ୍ସ: ରାତି ୧୦.୪୫: ଅବଦୁଲ୍ଲା ଅବୁବାକର, ପ୍ରବୀଣ ଚିତରଭେଲ (ପୁରୁଷ ଟ୍ରିପଲ୍‌ ଜମ୍ପ ଯୋଗ୍ୟତା ରାଉଣ୍ଡ)

ଭାରୋତ୍ତୋଳନ: ରାତ ୧୧ : ମୀରାବାଈ ଚାନୁ (ମହିଳା ୪୯ କିଲୋ)

ରେସଲିଂ: ରାତି ୧୨.୩୦: ଭିନେଶ ଫୋଗଟ ବନାମ ଆନ୍ନ ସାରା ହିଲ୍ଡବ୍ରାଣ୍ଡ (ମହିଳା ୫୦ କିଲୋ ଫାଇନାଲ୍)

ଆଥଲେଟିକ୍ସ: ରାତି ୧.୧୩: ଅବିନାଶ ସାବ୍‌ଲେ (ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ୍‌ ଫାଇନାଲ୍)

Leave A Reply

Your email address will not be published.