ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ, ୭ ଦିନ ସମୟ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଓଏଲ୍ ବ୍ୟୁରୋ: ଆକ୍ସନ ମୋଡରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଖୋର୍ଦ୍ଧାର ୧୯ଟି ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୧୭ଟି ନିର୍ମାଣ ପଥର ଖଣି, ୨ ଗୋଟି ମାଙ୍କଡ଼ା ପଥର ଖଣି ଧାର୍ଯ୍ୟ ଅନୁମୋଦିତ ପରିମାଣଠୁ କରିଛନ୍ତି ଅଧିକ ଉତ୍ତୋଳନ। ସାତଦିନ ମଧ୍ୟରେ ଜରିମାନା ମୂଲ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୟାଲଟି, ଆନୁସଙ୍ଘିକ ଦେୟ, ଅଧିକ ଉତ୍ତୋଳନ ପାଇଁ ଜରିମାନା ଦେବାକୁ ପଡ଼ିବ। ନୋଟିସର ଉତ୍ତର ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।