Odisha Link
Bridging the Missing Links in Odisha

ଦେଶ ପାଇଁ ରୌପ୍ୟ ଆଣିଲେ ନୀରଜ ଚୋପ୍ରା, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ନୀରଜ ଚୋପ୍ରା। ରୌପ୍ୟ ପଦକ ଜିତିବା ସହ ନୂଆ ଇତିହାସ ରଚିଛନ୍ତି ନୀରଜ। ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ଏବେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି। ଚତୁର୍ଥ ଭାରତୀୟ ଖେଳାଳି ଭାବରେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ଜିତିଛନ୍ତି । ଅଲିମ୍ପିକ୍ସ ଜାଭଲିନ୍ ଫାଇନାଲ କିନ୍ତୁ ଭାରତ-ପାକିସ୍ତାନ ଲଢେଇ ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନର ଅର୍ଶଦ୍ ନଦୀମ୍ ଅଲିମ୍ପିକ୍ ରେକର୍ଡ ୯୨.୯୭ ମିଟର ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି। ଗୁରୁବାର ତୀବ୍ର ପ୍ରତିନ୍ଦ୍ୱିତାପୂର୍ଣ୍ଣ ଜାଭଲିନ୍ ଇଭେଣ୍ଚରେ ନୀରଜ ତାଙ୍କ ପ୍ରଥମ ପ୍ରୟାସ ଫାଉଲ୍ ମାରି ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ। ଦ୍ୱିତୀୟ ପ୍ରୟାସରେ ନୀରଜ କିନ୍ତୁ ୮୯.୪୫ ମିଟର ଜାଭଲିନ୍ ଫିଙ୍ଗି ଦ୍ୱିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ।

ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଲଗାତାର ଦୁଇଟି ଅଲିମ୍ପିକ ପଦକ ଜିତିବାରେ ନୀରଜ ପ୍ରଥମ ଭାରତୀୟ ଟ୍ରାକ ଏବଂ ଫିଲ୍ଡ ଖେଳାଳି ହୋଇଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଥିଲେ। ଚଳିତ ବର୍ଷ ପାକିସ୍ତାନର ଅର୍ଶଦ ନଦିମ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ ନଦିମ ୯୨.୯୭ ମିଟର ଜାଭେଲିନ ଫିଙ୍ଗି ଅଲିମ୍ପିକ୍ସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି।

ନିରାଜ ଚୋପ୍ରା ସିଲଭର୍‌ ଆଣିଥିବାରୁ ତାଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି। ସେ କହିଛନ୍ତି, ଆପଣଙ୍କ ସିଲଭର୍‌, ଆମ ପାଇଁ ଗୋଲ୍‌ଡ। ଆହତ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ନୀରଜଙ୍କ ମାଆଙ୍କ ଖେଳୁଆଳ ମନୋଭାବକୁ ପ୍ରଶଂସା କରିଛନ୍ତି। ଏହା ସହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଏମ ମୋଦି ଲେଖିଛନ୍ତି, ରୌପ୍ୟ ଜିତିବା ପାଇଁ ତାଙ୍କୁ ଅଭିନନ୍ଦନ। ସେ ଅଗଣିତ ଆଗାମୀ ଆଥଲେଟ୍‌ମାନଙ୍କୁ ସେମାନଙ୍କର ସ୍ବପ୍ନ ପୂରଣ କରିବା ଏବଂ ଦେଶକୁ ଗର୍ବିତ କରିବା ପାଇଁ ପ୍ରେରଣା ଯୋଗାଇବେ। ଏହି ପୋଷ୍ଟ ସହିତ ମୋଦି ମଧ୍ୟ ନୀରଜଙ୍କ ଫଟୋ ସେୟାର କରିଛନ୍ତି।

Leave A Reply

Your email address will not be published.