Odisha Link
Bridging the Missing Links in Odisha

ରାଜ୍ୟରେ କେହି ରହିବେନି ଭୂମିହୀନ

ଓଏଲ୍‌ ବ୍ୟୁରୋ: ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ କେହି ରହିବେନି ଭୂମିହୀନ ଓ ବାସହୀନ। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ, ଗରିବଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ। ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେହିପରି ୧୫ ତାରିଖରେ କଳାହାଣ୍ଡିରେ କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୫ ବର୍ଷ ମଧ୍ୟରେ ରାଜ୍ୟରେ କେହି ବି ଭୂମିହୀନ ଓ ବାସହୀନ ରହିବେ ନାହିଁ। କାରଣ ୩ଟି କାଟାଗୋରୀରେ ଭୂମିହୀନ ଓ ବାସହୀନମାନଙ୍କୁ ବିଭକ୍ତ କରାଯାଇଛି।ଠିକଠାକ ସର୍ଭେ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟତଃ ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ, ଗରିବଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ। ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଦିଆଯିବ। ଏଥିସହ ସହରାଞ୍ଚଳରେ ବସ୍ତିବାସିନ୍ଦା ଓ ବାସହୀନଙ୍କୁ ଜମି ଯୋଗାଇ ଦେଉଛନ୍ତି ସରକାର। ତୃତୀୟରେ ଜଙ୍ଗଲ ଅଧିକାର ଆଇନରେ ଜଙ୍ଗଲ ଜମିକୁ ମଧ୍ୟ କିସମ ପରିବର୍ତ୍ତନ କରି ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, କିଛି ସ୍ଥାନରେ ଆବଣ୍ଟନ ମଧ୍ୟ ଆରମ୍ଭ ହୋଇଗଲାଣି। ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ।

Leave A Reply

Your email address will not be published.