ସ୍ୱାଧୀନତା ଦିବସରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କଲେ ମାଓବାଦୀ
ଓଏଲ୍ ବ୍ୟୁରୋ: ସ୍ବାଧୀନତା ଦିବସ ଅବସରରେ ଆସିଲା ଦୁଃଖଦ ଖବର। ଛତିଶଗଡ଼ ସୁକମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଓବାଦୀମାନେ ପିଟି ପଟି ହତ୍ୟା କରିଛନ୍ତି। ପୁଲିସ ସୂଚନାଦାତା ଅଭିଯୋଗରେ ସେମାନେ ଏହି ନାବାଳକକୁ ହତ୍ୟା କରିଛନ୍ତି।
୧୬ ବର୍ଷର ଦଶମ ଶ୍ରେଣୀ ଛାତ୍ର ସ୍ୱୟମ ଶଙ୍କରକୁ ମାଓବାଦୀମାନେ ହତ୍ୟା କରିଥିବା ସୁକମା ଏସ୍ପି ପ୍ରକାଶ କରିଛନ୍ତି। ଶଙ୍କର ଏବଂ ତାଙ୍କ ବଡ ଭାଇ , ସେମାନଙ୍କର ଭଉଣୀଙ୍କର ମୃତ୍ୟୁ ହେବାରୁ ଗାଁକୁ ଆସିଥିଲେ। ମାଓବାଦୀମାନେ ସେମାନଙ୍କୁ ପୁଲିସ ସୂଚନାଦାତା ସନ୍ଦେହ କରିଥିଲେ। ପ୍ରଥମେ ସପ୍ତାହକ ତଳେ ବଡ ଭାଇକୁ ହତ୍ୟା କରିଥିଲେ। ଛତିଶଗଡର ପୂଭାର୍ତ୍ତୀ ଗାଁ ଏହି ଘଟଣା ଘଟିଛି ।