Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀର ନିର୍ବାଚନ: ବଦଳି ହେଲେଣି ୨୦୦ ଅଧିକାରୀ

ଓଏଲ୍‌ ବ୍ୟୁରୋ: ବାଜିଲା ବିଗୁଲ। ଜମ୍ମୁ-କଶ୍ମୀରରେ ହେବ ବିଧାନସଭା ନିର୍ବାଚନ। ୯୦ ଆସନ ବିଶିଷ୍ଟ ଜମ୍ମୁ କଶ୍ମୀରରେ ଏଥର ୩ ଟି ପର୍ଯ୍ୟାୟରେ ହେବ ନିର୍ବାଚନ। ସେହିପରି ଗୋଟିଏ ପର୍ଯ୍ୟାୟରେ ହେବ ହରିୟାଣା ବିଧାନସଭା ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଜମ୍ମୁ-କଶ୍ମୀରରେ ପ୍ରଶାସନିକ ସ୍ତରରେ ହୋଇଛି ବଡ଼ ଅଦଳବଦଳ। ଗତ କାଲିଠୁ ଆଜି ମଧ୍ୟରେ ଆଇଏଏସ୍‌ ଓ ଆଇପିଏସ୍‌ ସ୍ତରରେ ପ୍ରାୟ ୨୦୦ ଅଫିସରଙ୍କ ବଦଳି ହୋଇ ସାରିଲାଣି। ବଦଳିର ଆଉ ଏକ ତାଲିକା ବି ଆଜି ପ୍ରକାଶ ପାଇବ ବୋଲି ଜଣାଯାଇଛି।

ଗତକାଲି ସନ୍ଧ୍ୟାରେ ବିଭିନ୍ନ ବିଭାଗର ୮୮ ଆଇଏଏସ ଅଧିକାରୀଙ୍କର ବଦଳି କରାଯାଇଛି। ଆଜି ସକାଳେ ଜମ୍ମୁ- କଶ୍ମୀରର ଆଇଜିଙ୍କ ସମେତ ଏସ୍‌ପି ରାଙ୍କର ୩୩ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ବଦଳି ହୋଇଛି। ଏହା ମଧ୍ୟରେ ଆଇଜି, ଡିଆଇଜି, ଜିଲ୍ଲା ଏସ୍‌ପି ପ୍ରମୁଖ ସାମିଲ ଅଛନ୍ତି। ଆସନ୍ତା ୩ ଘଣ୍ଟା ମଧ୍ୟରେ ବଦଳିର ଆଉ ଏକ ତାଲିକା ପ୍ରକାଶ ପାଇବ ବୋଲି ଜଣାଯାଇଛି।

ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ସେପ୍ଟେମ୍ବର ୨୫ରେ ଦ୍ବିତୀୟ ଓ ଅକ୍ଟୋବର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ସେହିପରି ଅକ୍ଟୋବର ୧ ତାରିଖରେ ହରିୟାଣା ବିଧାନସଭା ନିର୍ବାଚନ ହେବ। ସେହିପରି ଉଭୟ ରାଜ୍ୟର ନିର୍ବାଚନ ଫଳାଫଳ ଅକ୍ଟୋବର ୪ ତାରିଖରେ ପ୍ରକାଶ ପାଇବ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଅଗଷ୍ଟ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୭ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାବେଳେ ନାମ ପ୍ରତ୍ୟହାର କରିବାର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଛି। ମତାଦନ ସେପ୍ଟମ୍ବର ୧୮ ତାରିଖରେ ଅନୁଷ୍ଠିତ ହେବ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅଗଷ୍ଟ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୯ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ସେପ୍ଟେମ୍ବର ୯ ତାରିଖରେ ନାମାଙ୍କନ ପ୍ରତ୍ୟହାର କରିବାର ଶେଷ ଦିନ ରହିଛି। ସେପ୍ଟେମ୍ବର ୨୫ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସେପ୍ଟେମ୍ବର ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୧୨ ତାରିଖରେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ରହିଛି। ୧୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟହାର କରିବାର ଶେଷ ତାରିଖ ରହିଛି। ଅକ୍ଟୋବର ୧ ତାରିଖରେ ନିର୍ବାଚନ ହେବ। ସେହିପରି ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ଜମ୍ମୁ କଶ୍ମୀରର ୯୦ଟି ଆସନ ମଧ୍ୟରୁ ୭୪ଟି ସାଧାରଣ, ୭ଟି ଏସ୍‌ସି ଓ ୯ଟି ଏସ୍‌ଟି ଆସନ ରହିଛି। ଜମ୍ମୁ କଶ୍ମୀରର ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୮୭.୦୯ ଲକ୍ଷ। ସେ ମଧ୍ୟରୁ ୪୪.୪୬ ଲକ୍ଷ ଭୋଟର ପୁରୁଷ ହୋଇଥିବା ବେଳେ ୪୨.୬୨ ଲକ୍ଷ ଭୋଟର ମହିଳା। ପ୍ରଥମ ଥର ପାଇଁ ୩.୭୧ ଲକ୍ଷ ଭୋଟର ମତଦାନ ଦେବେ। ସବୁଠୁ ବଡ଼କଥା ହେଲା ୨୦.୭ ଲକ୍ଷ ଯୁବ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ।

Leave A Reply

Your email address will not be published.