ରାଜଧାନୀରେ ଚାଞ୍ଚଲ୍ୟ: ୭ ସିମ୍ ବକ୍ସ ଜବତ, ସନ୍ଦିଗ୍ଧକୁ ପଚରାଉଚରା କରୁଛି ପୁଲିସ
ଓଏଲ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଜଣେ ସନ୍ଦିଗ୍ଧଙ୍କ ନିକଟରୁ ଜବତ ହୋଇଛି ୭ଟି ସିମ୍ ବକ୍ସ। ସିମ୍ ବକ୍ସ ମାଧ୍ୟମରେ ବେଆଇନ୍ କାର୍ଯ୍ୟ କରୁଥିବା ବେଳେ ମାଡ଼ି ବସିଛି କମିଶନରେଟ୍ ପୁଲିସ୍। ଏବେ ସନ୍ଦିଗ୍ଧକୁ ପଚରାଉଚରା କରୁଛି କମିଶନରେଟ୍ ପୁଲିସ।
ଆଜି ପୁଲିସ ଚଢ଼ଉ ବେଳେ ଘରେ ଗୋଟିଏ ରେକ୍ରେ ୭ଟି ସିମ୍ ବକ୍ସ ଥିବା ଦେଖିବାକୁ ମିଳିଥିଲା। ସିମ୍ ବକ୍ସ ଗୁଡ଼ିକରେ ଇଣ୍ଟରନେଟ୍ କନେକ୍ସନ ଓ ପାୱାର ସପ୍ଲାଏ ରହିଛି। ୭ଟା ସିମ୍ ବକ୍ସରେ ୫୦୦ରୁ ଅଧିକ ସିମ୍ ଲାଗିଛି। କମିଶନରେଟ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିମ୍ ବକ୍ସ ସମ୍ପର୍କରେ ପଚାରିଥିଲା। ହେଲା ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଯେଉଁଥିପାଇଁ ସମ୍ପୃକ୍ତ ସନ୍ଦିଗ୍ଧଙ୍କୁ ପୁଲିସ୍ ଅଟକ ରଖିଛି। ଏଥିସହ ସିମ୍ ବକ୍ସ ଗୁଡ଼ିକ ଜବତ କରିଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ଉପରେ ପୁଲିସ୍ ତଦନ୍ତ ଚଳାଇଛି।
ଡିସିପି ପ୍ରତୀକ ସିଂ କହିଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାରେ ସିମ୍ ବକ୍ସ ବ୍ୟବହାର ହେଉଥିବା ପୂର୍ବରୁ ଦେଖିବାକୁ ମିଳିଛି। ତେଣୁ ସାଇଣ୍ଟିଫିକ୍ ଟିମ୍ ଓ ଏସ୍ଏଫ୍ଏସ୍ଏଲ୍ ଏକ୍ସପର୍ଟଙ୍କୁ ନେଇ ଘଟଣାର ତଦନ୍ତ ଚାଲିଛି ବୋଲି ସିଡିପି କହିଛନ୍ତି। ସୂଚନାଥାଉକି,ଲକ୍ଷ୍ମୀସାଗର ଥାନା ମହାଦେବ ନଗରରେ ଜଣେ ବ୍ୟକ୍ତି ୭ରୁ ୮ ମାସ ହେଲା ଘର ଭଡ଼ା ନେଇଥିଲେ। ବ୍ୟକ୍ତି ଜଣକ ସପ୍ତହକୁ ଥରେ ସେହି ଘରକୁ ଆସୁଥିଲେ ଓ କିଛି ସମୟ ପରେ ପଳାଇ ଯାଉଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ଚାଲି ଚଳଣକୁ ସନ୍ଦେହ କରୁଥିଲେ ସ୍ଥାନୀୟ ଲୋକେ। ଏ ସମ୍ପର୍କରେ କମିଶନରେଟ୍ ପୁଲିସ୍ ସୂଚନା ଦେଇଥିଲା।