Odisha Link
Bridging the Missing Links in Odisha

ସାବରମତୀ ଏକ୍ସପ୍ରେସ୍‌ର ୨୨ଟି ବଗି ଲାଇନ୍‌ଚ୍ୟୁତ, ଅନେକ ଟ୍ରେନ୍ ହେଲା ବାତିଲ୍

ଓଏଲ୍‌ ବ୍ୟୁରୋ: ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଟ୍ରେନ୍‌ ଦୁର୍ଘଟଣା। ଏକ ଯାତ୍ରୀବାହୀ ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଥିବା ବଡ଼ ପଥରରେ ମାଡ଼ ହୋଇ ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ ଆଉ ଏକ ମାଲଗାଡ଼ି ବି ଲାଇନ୍‌ଚ୍ୟୁତ ହୋଇଛି। ତେବେ ଏହି ଦୁଇଟି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ସାବରମତୀ ଏକ୍ସପ୍ରେସର ୨୨ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ରହିଛି।

ଉତ୍ତର କେନ୍ଦ୍ରୀୟ ରେଳବାଇ (ଏନସିଆର)ର ବରିଷ୍ଠ ଜନସମ୍ପର୍କ ଅଧିକାରୀ ଶଶିକାନ୍ତ ତ୍ରିପାଠୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି, ଏହି ଘଟଣା ରାତି ୨.୩୦ ସମୟରେ ଘଟିଛି। ଯାତ୍ରୀମାନେ ଶୋଇଥିବା ଅବସ୍ଥାରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ପରେ ଟ୍ରେନ୍ ଅଟକି ଯାଇଥିଲା। ଭୟଙ୍କର ଶବ୍ଦ ଶୁଣି ସମସ୍ତ ଯାତ୍ରୀ ବିଚଳିତ ହୋଇ ଉଠିଥିଲେ। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ ବୋଲି ସେ କହିଛନ୍ତି।

ରେଲୱେ ତରଫରୁ ଯାତ୍ରୀଙ୍କ ସୁବିଧାର ବନ୍ଦବୋସ୍ତ କରାଯାଇଛି। ଯାତ୍ରୀଙ୍କୁ ବସ୍‌ ଯୋଗେ କାନପୁର ପଠାଯାଇଛି। ବରିଷ୍ଠ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଯାତ୍ରୀଙ୍କ ସୁବିଧା ନିମନ୍ତେ ରେଳବାଇ ତରଫରୁ ହେଲପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି।

 

 

Leave A Reply

Your email address will not be published.