ଦିଲ୍ଲୀରେ ଭିନେଶ୍ଙ୍କୁ ଭବ୍ୟ ସ୍ବାଗତ, ଭାବ ବିହ୍ବଳ ହୋଇ କାନ୍ଦି ପକାଇଲେ ଦଙ୍ଗଲ ରାଣୀ
ଓଏଲ୍ ବ୍ୟୁରୋ: ଦିଲ୍ଲୀରେ ପହଁଞ୍ଚିଲେ ଭାରତୀୟ ରେସଲର ଭିନେଶ୍ ଫୋଗଟ। ପ୍ୟାରିସ୍ରୁ ଭାରତ ଫେରିଛନ୍ତି ଭିନେଶ। ଆଜି ସକାଳେ ଦିଲ୍ଲୀରେ ଭିନେଶ୍ ପହଁଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ଏହି ସ୍ବାଗତ ଉତ୍ସବରେ ସାମିଲ ହୋଇଥିଲେ।
ଭିନେଶ୍ ଫୋଗଟ ବିମାନବନ୍ଦରୁ ବାହାରକୁ ଆସିବା ପରେ ଭାବପ୍ରବଣ ହୋଇଥିବାର ଦେଖିବାକୁ ମିଳିଥିଲା। ଉପସ୍ଥିତ ଫ୍ୟାନ୍ସଙ୍କୁ ଦେଖି ସେ କାନ୍ଦି ପକାଇଥିଲେ ମଧ୍ୟ। ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଭିନେଶ୍ ଫୋଗଟ ଏକ କାରରେ ସାକ୍ଷୀ ମଲିକ ଓ ପୁନିଆଙ୍କ ସହିତ ଯାଉଥିବାର। ସେଠି ମଧ୍ୟ ଭାବବିହ୍ବଳ ହୋଇଥିବାର ଦେଖିବାକୁ ମିଳିଛି। ଭିନେଶ ପ୍ରଥମ ମହିଳା ରେସଲର ଭାବେ ଅଲିମ୍ପିକ୍ସର କୁସ୍ତି ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିଥିଲେ।
ସୂଚନାଥାଉକି, ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ୍ ଫୋଗଟ ୫୦ କେଜି ବର୍ଗର ଇଭେଣ୍ଟରେ ଫାଇନାଲ ମ୍ୟାଚରେ ପହଁଞ୍ଚିଥିଲେ। ସ୍ବର୍ଣ୍ଣ ପଦକ ହାସଲ କରିବାର ଆଶା ଥିଲା। ହେଲେ ଫାଇନାଲ ମ୍ୟାଚ୍ ପୂର୍ବରୁ ଭିନେଶ ଫୋଗଟ ୧୦୦ ଗ୍ରାମ ଅଧିକ ଓଜନ ହେବାରୁ ଡିସ୍କ୍ବାଲିଫାଏଡ୍ ହୋଇ ଯାଇଥିଲେ। ଯାହାଫଳରେ ପଦକ ଦୌଡ଼ରୁ ବାଦ ପଡ଼ିଥିଳେ ଭିନେଶ୍। ଅଧିକ ଓଜନ ହେବା କାରଣରୁ ଭିନେଶଙ୍କ ହୃଦୟ ଭାଙ୍ଗିବା ସହିତ ୧୪୦ କୋଟି ଭାରତୀୟଙ୍କ ଆଶା ଚୁରମାର ହୋଇଯାଇଥିଲା।