Odisha Link
Bridging the Missing Links in Odisha

ଷ୍ଟିଅରିଂ କମିଟିରେ ନଥିଲେ ବି କମିଟିକୁ ପରାମର୍ଶ ଦେବି: ନରସିଂହ ମିଶ୍ର

ଓଏଲ୍‌ ବ୍ୟୁରୋ: ମୁଁ ନୁହେଁ, ଆମେ। ଏହି ଢାଞ୍ଚାରେ ଓଡ଼ିଶା କଂଗ୍ରେସକୁ ଆଗକୁ ନେବାକୁ ରୋଡମ୍ୟାପ ପ୍ରସ୍ତୁତ କରିଛି ଏଆଇସିସି। ତେଣୁ ତରତର ହୋଇ ଜଣକୁ ମୁଖିଆ ନକରି ମିଳିତ ନେତୃତ୍ବକୁ ଫୋକସ କରିଛନ୍ତି ହାଇକମାଣ୍ଡ। ୧୪ ଜଣିଆ ଷ୍ଟିଅରିଂ କମିଟି ଗଠନ କରି ଓଡ଼ିଶା କଂଗ୍ରେସକୁ ଚଳଚଞ୍ଚଳ କରିବା ସହ ନୂଆ ଦିଗ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ଷ୍ଟିଅରିଂ କମିଟିରେ ସ୍ଥାନ ପାଇନଥିବା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ରଖିଛନ୍ତି ପ୍ରତିକ୍ରିୟା।

ନରସିଂହ ମିଶ୍ର କହିଛନ୍ତି, ଏଆଇସିସି ସବୁ କଥା ଚିନ୍ତା କରି ନିଷ୍ପତ୍ତି ନେଇଛନ୍ତି। ଯଦି ତାଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ ଆଲୋଚନା କରିଥାନ୍ତେ। ଏବଂ କମିଟିରେ ରଖିବାକୁ ଆବଶ୍ୟକ ଭାବିଥିଲେ ରଖିଥାନ୍ତେ। ଏଆଇସିସିର ନିର୍ଦ୍ଦେଶ ମାନିବାକୁ ବାଧ୍ୟ, କିନ୍ତୁ କଂଗ୍ରେସ ପାଇଁ କାମ କରୁଥିବୁ ବୋଲି ନରସିଂହ ମିଶ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟ କଂଗ୍ରେସର ସ୍ଥିତି ଭଲ ନଥିବା ବେଳେ ଦିନକୁ ଦିନ କଂଗ୍ରେସ ଦୁର୍ବଳ ହେଉଛି। ଭୋଟ ହାର କମିବାରେ ଲାଗିଛି। କଂଗ୍ରେସକୁ ଭବିଷ୍ୟତରେ ସଫଳତା ହାସଲ କରିବା ପାଇଁ ଏଆଇସିସି ଚିନ୍ତା କରୁଛି। ଷ୍ଟିଅରିଂ କମିଟି ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।

ସୂଚନାଥାଉକି, ଷ୍ଟିଅରିଂ କମିଟିରେ କିନ୍ତୁ ସ୍ଥାନ ପାଇନାହାନ୍ତି କଂଗ୍ରେସର ୩ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଏବଂ ପ୍ରସାଦ ହରିଚନ୍ଦନ। ସେହିପରି ତାଲିକାରେ ନାହାଁନ୍ତି ଚର୍ଚ୍ଚିତ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ଯାହାକୁ ନେଇ କଂଗ୍ରେସରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave A Reply

Your email address will not be published.