୫୦ ଛୁଇଁଲା ପିଆଜ କେଜି
ଓଏଲ୍ ବ୍ୟୁରୋ: ସରିଲା ଶ୍ରାବଣ ମାସ। ଆଳୁ ପରେ କନ୍ଦେଇବା ଆରମ୍ଭ କଲା ପିଆଜ। ଆଳୁ ପରେ ପିଆଜ ଦରରେ ଅତିଷ୍ଟ ଗ୍ରାହକ। ଆଳୁ କେଜି ପିଛା ୪୦ ଟଙ୍କାରୁ ଖସିବା ନାଁ ଧରୁ ନ ଥିବା ବେଳେ ପିଆଜ ରେଟ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପିଆଜ କିଲୋ ପିଛା ୫୦ ଟଙ୍କା ଛୁଇଁଲାଣି। ଫଳରେ ଗ୍ରାହକଙ୍କ ପକେଟ୍ ଉପରେ ପ୍ରଭାବ ପକାଇଲାଣି।
ଦିନେ ଦୁଇ ଦିନ ତଳେ ପିଆଜ କିଲୋ ୩୫ ଟଙ୍କା ଥିବାବେଳେ ତାହା ଆଜି ୫୦ ଛୁଇଁଛି। ନାସିକରୁ ପିଆଜ କମ ଆସୁଥିବାରୁ ଦର ଅଧିକ ରହୁଛି ବୋଲି କହିଛନ୍ତି ବ୍ୟବସାୟୀ । ଆଗକୁ ପିଆଜ ଆମଦାନୀ କମିଲେ ଦର ଆହୁରି ବଢିପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି ।