Odisha Link
Bridging the Missing Links in Odisha

ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ୍

ଓଏଲ୍‌ ବ୍ୟୁରୋ: ସରିଛି ନିର୍ବାଚନ। ହେଲେ ସରୁନାହିଁ ହାଇକୋର୍ଟଙ୍କ ନୋଟିସ୍। ପୁଣିଥରେ ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ଜାରି କରିଛନ୍ତି ନୋଟିସ୍। ଏଥର ବିଧାୟକ ନୁହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ସମ୍ବଲପୁର ଲୋକସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ଆବେଦନ ଆଧାରରେ ନୋଟିସ୍ ହୋଇଛି। ତ୍ରୁଟିପୂର୍ଣ୍ଣ ନାମାଙ୍କନ ଦାଖଲ ଓ ଅଫିସ୍ ଅଫ୍ ପ୍ରଫିଟ ଅଭିଯୋଗ ଆଣିଛନ୍ତି ସୁବାସ ମହାପାତ୍ର।

ସୂଚନାଥାଉକି, ଏହାପୂର୍ବରୁ ନିର୍ବାଚନୀ ଅନିୟମିତତା ମାମଲାରେ ରାଉରକେଲା ବିଧାୟକ ସାରଦା ପ୍ରସାନ ନାୟକ ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୋଟିସ୍‌ ଜାରି କରିଥିଲେ ହାଇକୋର୍ଟ। ଏହା ସହ ବିଧାୟକ ଟଙ୍କଧର ତ୍ରିପାଠୀ, ଅଶ୍ୱିନୀ ପାତ୍ର ଓ ବ୍ୟୋମକେଶ ରାୟଙ୍କୁ ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ ଦେଇଥିଲେ।

ସେହିପରି ଜୁଲାଇ ୨୫ ତାରିଖରେ ବାଲେଶ୍ୱର ଜିଲା ସୋର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ମାଧବ ଧଡ଼ା ଏବଂ କଳାହାଣ୍ଡି ଜିଲା ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ଏହି ନୋଟିସ୍‌ ଜାରି ହୋଇଥିଲା। ଉଭୟଙ୍କ ବିରୋଧରେ ରୁଜୁ ହୋଇଥିବା ନିର୍ବାଚନୀ ଅନିୟମିତତା ମାମଲାରେ ନିଜର ପକ୍ଷ ରଖିବା ପାଇଁ ହାଇକୋର୍ଟଙ୍କ ଆଦେଶ ରହିଥିଲା। ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି।

Leave A Reply

Your email address will not be published.