Odisha Link
Bridging the Missing Links in Odisha

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ୭ଜଣଙ୍କର ହେଲା ପଲିଗ୍ରାଫ ଟେଷ୍ଟ

ଓଏଲ୍‌ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲରେ ହୋଇଥିବା ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ୭ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହୋଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସମେତ ୭ଜଣଙ୍କ ପଲିଗ୍ରାଫ ଟେଷ୍ଟ ହୋଇଛି। ମୁଖ୍ୟ ଅଭିଯୁକ୍ତଙ୍କଠୁ ଆରମ୍ଭ କରି ପୁର୍ବତନ ଅଧ୍ୟକ୍ଷଙ୍କ ପଚରାଉଚରା କରିବା ପରେ ପଲିଗ୍ରାଫ ଟେଷ୍ଟ ହୋଇଛି।

ଦିଲ୍ଲୀରୁ ଏକ ସ୍ବତନ୍ତ୍ର ସିଏଫଏସଲ ଟିମ୍‌ କୋଲକାତା ଆସି ପଲିଗ୍ରାଫ ଟେଷ୍ଟ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ, ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ, ସେହି କାଳ ରାତିରେ ଡ୍ୟୁଟିରେ ଥିବା ୪ ଜୁନିଅର ଡାକ୍ତର ଓ ଜଣେ କଲେଜ ଅଧିକାରୀଙ୍କ ଆଜି ପଲିଗ୍ରାଫ ଟେଷ୍ଟ ହୋଇଛି। ସଞ୍ଜର ପଲିଗ୍ରାଫ ଟେଷ୍ଟ ଜେଲରେ ହିଁ କରାଯାଇଥିଲା। କାରଣ ୧୪ ଦିନିଆ ରିମାଣ୍ଡରେ ଅଛି ସଞ୍ଜୟ। ବାକି ୬ ଜଣଙ୍କ ଟଷ୍ଟ ସିବିଆଇ କାର୍ଯ୍ୟାଳୟରେ କରାଯାଇଛି।

ସବୁଠୁ ବଡ଼କଥା ହେଲା ସିବିଆଇର ସ୍କାନରରେ ପୂର୍ବରୁ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ରହିଛନ୍ତି। ଏପର୍ଯ୍ୟନ୍ତ ୧୦୦ ଘଣ୍ଟାରୁ ଅଧିକ ସମୟ ସିବିଆଇ ତାଙ୍କୁ ପଚରାଉଚରା କରିଛି। ଘଟଣା ଘଟିଥିବା ବେଳେ ସନ୍ଦୀପ ଘୋଷ କଲେଜର ମୁଖିଆ ଥିଲେ। ତାଙ୍କ ବାର୍ତ୍ତାଳପ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ସନ୍ଦେହ ଘେରକୁ ଆସିଥିଲେ।

ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୁକ୍ତ ସଞ୍ଜୟ ରାୟର ସାଇକୋଆନାଲିଟିକ୍ ପ୍ରୋଫାଇଲ୍‌ରୁ ଜଣାପଡିଛି ଯେ ସେ ପାଶବିକ ପ୍ରବୃତ୍ତିର ବ୍ୟକ୍ତି। ତା’ର ଅସ୍ବାଭାବିକ ଯୌନ ଆକାଂକ୍ଷା ରହିଥିବାବେଳେ ନଗ୍ନ ଚିତ୍ର ଦେଖିବାରେ ଅଭ୍ୟସ୍ତ ଥିଲା। ଏଭଳି ଜଘନ୍ୟ ବଳାତ୍କାର ଓ ହତ୍ୟା ଘଟାଇବା ସତ୍ତ୍ବେ ସେ କୌଣସି ପ୍ରକାରେ ଅନୁତପ୍ତ ନଥିବା ଜଣାପଡିଛି। ଜେରା ସମୟରେ ସେ ସମ୍ପୂର୍ଣ୍ଣ ଘଟଣାକୁ ବର୍ଣ୍ଣନା କରିଥିବାବେଳେ କୌଣସି ପ୍ରକାର ଅନୁତାପ କରି ନଥିଲା। ତାର ମୋବାଇଲରୁ ଅନେକ ନଗ୍ନ ଭିଡିଓ ମିଳିଥିଲା।

ତଦନ୍ତକାରୀ ଅଧିକାରୀ କହିଛନ୍ତି ଘଟଣାସ୍ଥଳରେ ସଞ୍ଜୟ ଉପସ୍ଥିତ ରହିଥିବା ନେଇ ବୈଷୟିକ ଓ ବୈଜ୍ଞାନିକ ପ୍ରମାଣ ମିଳିଛି। ଏପରିକି ସିସିଟିଭି ଫୁଟେଜ୍‌ରେ ମଧ୍ୟ ଦେଖାଯାଇଛି ଯେ ସଞ୍ଜୟ ସେମିନାର ହଲ୍‌ ମଧ୍ୟକୁ ପ୍ରବେଶ କରୁଛି। ଅଗଷ୍ଟ ୮ ତାରିଖ ରାତି ୧୧ଟାରେ ସେ ମେଡିକାଲ କଲେଜର ଛାତିରୋଗ ବିଭାଗ ନିକଟରେ ଥିବା ଦେଖାଯାଇଛି। ଅଗଷ୍ଟ ୯ତାରିଖ ଭୋର ୪ଟାରେ ସେ ସେମିନାର ହଲ୍‌ ମଧ୍ୟକୁ ପ୍ରବେଶ କରୁଥିବା ଦେଖାଯାଇଛି। ୯ତାରିଖ ଭୋର ୪ଟାରୁ ୫ଟା ମଧ୍ୟରେ ସେମିନାର ହଲ୍‌ରେ ଟ୍ରେନି ଡାକ୍ତରାଣୀଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା।

Leave A Reply

Your email address will not be published.