Odisha Link
Bridging the Missing Links in Odisha

‘କାଳିଆ’କୁ ନେଇ ବିଜେଡିର ସଫେଇ: ୩.୪୧ ଲକ୍ଷ ନୁହେଁ ୩୨ ହଜାର ଅଯୋଗ୍ୟ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ଥିଲା କାଳିଆ ଯୋଜନା। ଆଉ ଏବେ ନିର୍ବାଚନ ପରେ ମଧ୍ୟ ଚର୍ଚ୍ଚାରେ କାଳିଆ। ପ୍ରଥମେ କାଳିଆ ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ବୋଲି କହିଥିଲେ ସରକାର। ଆଜି ‘କାଳିଆ’ ଯୋଜନାରେ ଅଯୋଗ୍ୟ ସଂଖ୍ୟା ନେଇ ବୁଧବାର ବିଜେଡି ମୁଖପାତ୍ର ପ୍ରତାପ ଦେବ ନିଜ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, ୩ ଲକ୍ଷ ୪୧ ନୁହେଁ, କେବଳ ୩୨ ହଜାର ଅଯୋଗ୍ୟ ହିତାଧିକାରୀ ଅଟନ୍ତି। ଏମଧ୍ୟରୁ ବଡ଼ ଚାଷୀ ଓ ସରକାରୀ କର୍ମଚାରୀ କେବଳ ଅଯୋଗ୍ୟ। ଟଙ୍କା ପାଇଥିବା ମୋଟ ୧୨ ହଜାର ବଡ଼ ଚାଷୀ କେବଳ ଅଯୋଗ୍ୟ। ଟଙ୍କା ପାଇଥିବା ୨୦ ହଜାର ସରକାରୀ କର୍ମଚାରୀ ଅଯୋଗ୍ୟ।ଯେଉଁ ପରିବାରରୁ ଏକାଧିକ ପାଇଛନ୍ତି ସେମାନେ ଅଯୋଗ୍ୟ ନୁହନ୍ତି। ପରିବାରରୁ ଏକାଧିକ ପାଇଥିଲେ ପରବର୍ତ୍ତୀ କିସ୍ତି ଟଙ୍କା ପାଇବେନି। ସେମାନେ ପୂର୍ବରୁ ପାଇଥିବା ଟଙ୍କାକୁ ଆଡଜଷ୍ଟ କରାଯିବ ବୋଲି କହିଛନ୍ତି ବିଜେ‌ଡ଼ି ମୁଖପାତ୍ର ପ୍ରତାପ ଦେବ।

ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ପଇସା ଫେରାଇ ଆଣିବା ପାଇଁ ପ୍ରୟାସ ଚାଲିଛି ବୋଲି ଗଣମଧ୍ୟମକୁ କହିଛନ୍ତି ନବୀନ ପଟ୍ଟନାୟକ।

Comments are closed.