ଲଦାଖରେ ୫ ନୂଆ ଜିଲ୍ଲା, ଘୋଷଣା କଲେ ଅମିତ ଶାହ
ଓଏଲ୍ ବ୍ୟୁରୋ: କେନ୍ଦ୍ରର ମୋଦି ସରକାର କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୫ ଜିଲ୍ଲା ଗଠନ କରିଛନ୍ତି। ଏନେଇ ଆଜି ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି। ଏଥିସହିତ ସେ କହିଛନ୍ତି, ନୂଆ ଜିଲ୍ଲା ଗଠନ ହେବା ଫଳରେ ଲଦାଖବାସୀଙ୍କୁ ବହୁତ ସୁବିଧା ମିଳିବ।
ଅମିତ ଶାହ ଏକ୍ସରେ କହିଛନ୍ତି, ଗୃହ ମନ୍ତ୍ରଣାଳୟ ଲଦାଖରେ ୫ଟି ନୂଆ ଜିଲ୍ଲା ଗଠନ କରିବାକୁ ନିର୍ଣ୍ଣୟ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଓ ସମୃଦ୍ଧ ଲଦାଖ ଗଠନ କରିବାର ଦୃଷ୍ଟିକୋଣକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାିଛି। ଜନସ୍କାର, ଦ୍ରାସ୍, ଶାମ୍, ନୁବ୍ରା ଏବଂ ଚାଙ୍ଗ୍ଥାଙ୍ଗ ହେଉଛି ୫ଟି ନୂଆ ଜିଲ୍ଲା।