Odisha Link
Bridging the Missing Links in Odisha

ନିର୍ବାଚନରୁ ଓହରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମମତା ମହାନ୍ତ

ଓଏଲ୍‌ ବ୍ୟୁରୋ: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ଟିକଟରୁ ପୂର୍ବତନ ସାଂସଦ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ବିଧାୟକଙ୍କର ପ୍ରସ୍ତାବରେ ସ୍ୱାଧୀନ ଭାବେ ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଭରିଥିଲେ।

ଆଜି ବିଜେପି ନେତା ଜଗନ୍ନାଥ ପ୍ରଧାନ ନିଜର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ତେବେ ଜଗନ୍ନାଥ ପ୍ରଧାନ ନିଜର ନାମାଙ୍କନ ପ୍ରତ୍ୟାହାର କରିଥିବାବେଳେ ସାଂସଦ ମମତା ମହାନ୍ତ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭାକୁ ନିର୍ଦ୍ୱଦ୍ୱରେ ନିର୍ବାଚିତ ହେବ ପରେ ସାର୍ଟିଫିକେଟ୍ ନେବାକୁ ବିଧାନସଭାରେ ପହଞ୍ଚିଛନ୍ତି ମମତା ମହାନ୍ତ।

ଅନ୍ୟପଟେ, ବିଜେପି ନେତା ଜଗନ୍ନାଥ ପ୍ରଧାନ ନିଜର ନାମାଙ୍କନ ପ୍ରତ୍ୟାହାର କରିବା ପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁସାରେ ନାମାଙ୍କନ ଦାଖଲ କରିଥିଲି। ଦଳ ନେତୃତ୍ୱର ନିଷ୍ପତ୍ତି ଅନୁସାରେ ନାମାଙ୍କନ ପ୍ରତ୍ୟାହାର କଲି। ପାର୍ଟିର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ଦଳୀୟ ନିଷ୍ପତ୍ତି ପାଳନ କରିଛି। ଦଳର ଏହା ଆଭ୍ୟନ୍ତରୀଣ ଷ୍ଟ୍ରାଟେଜୀ ଥିଲା ବୋଲି ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.