ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ, ସଚେତନତା ପାଇଁ ଖୋଲିଲା ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍
![](https://www.odishalink.com/wp-content/uploads/2024/08/hen-1.jpg)
ଓଏଲ୍ ବ୍ୟୁରୋ: ପୁରୀ ଜିଲ୍ଲାରେ କୁକୁଡ଼ାର ହବ କୁହାଯାଉ ଥିବା ପିପିଲିରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟି ଥିଲା ବେଳେ ଗତକାଲି ସୁଦ୍ଧା ୫ ଗୋଟି ଫାର୍ମରୁ ଏଗାର ହଜାର ୬୩୭ଟି କୁକୁଡ଼ା ମରା ଗଲାଣି। କୁକୁଡ଼ା ମାରିବା ପରେ ଫାର୍ମ ଗୁଡ଼ିକ ସଫା କରି ସାନିଟାଇଜ କରାଯାଉଛି। ଚିହ୍ନଟ ୫୪ ଗୋଟି ଫାର୍ମରୁ ଏବେ ସୁଦ୍ଧା ୫ଟି ଫାର୍ମରେ କୁକୁଡ଼ା ମରା ଯାଇଥିବା ବେଳେ ଆଉ ମାତ୍ର ହାତ ଗଣତି ଫାର୍ମକୁ ଛାଡି ଦେଲେ ଫାର୍ମ ଖାଲି ପଡିଛି। ଖାଲି ପଡିଥିବା ଫାର୍ମ ଗୁଡିକ ସାନିଟାଇଜ କରାଯାଉଛି।
ଲୋକଙ୍କୁ ସତର୍କ କରାଇବା ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ବ୍ୟବସ୍ତା କରାଯାଇଛି। ପ୍ରଶାସନ ପକ୍ଷରୁ ସଜାଗ ରହିବା ନିର୍ଦ୍ଦେଶ ଜାରି ହୋଇଥିବାବେଳେ ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ଘର ଘର ବୁଲି ସତର୍କ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ଡାକ୍ତର, ୨ ଫାର୍ମାସିଷ୍ଟ, ସ୍ବାସ୍ଥ୍ୟ କର୍ମୀଙ୍କୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ନିୟୋଜିତ କରାଯାଇଛି । ମଙ୍ଗଳପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ଗୃହ କରାଯାଇଛି। ଘର ଘର ବୁଲି ସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।