କେନ୍ଦ୍ରୀୟ ବିଦ୍ୟାଳୟରେ ବାଘ ଆତଙ୍କ, ସ୍କୁଲ ଛୁଟି ଘୋଷଣା
ଓଏଲ୍ ବ୍ୟୁରୋ: ସ୍କୁଲ ଭିତରେ ବାଘ ବୁଲୁଥିବା ଆତଙ୍କ ସୃଷ୍ଟି ହୋଇଛି। ବଡ଼ମାଲ ଗୋଳାବାରୁଦ କାରଖାନା ପରିସରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ବାଘ ଦେଖିବାକୁ ମିଳିବା ପରେ ସ୍କୁଲକୁ ଛୁଟି କରିଦିଆଯାଇଛି। ଗତକାଲି ରାତିରେ ସ୍କୁଲର କର୍ମଚାରୀ ବାଘ ଦେଖିଥିବା କହିଛନ୍ତି। ଏହାପରେ ସ୍କୁଲକୁ ଆଜି ଛୁଟି ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ। ଗତକାଲି ରାତିରେ ଏକ କଲରା ପତରିଆ ବାଘ ସ୍କୁଲ ଭିତରକୁ ପଶୁଥିବା ଲୋକେ ଓ ସ୍କୁଲ କର୍ମଚାରୀ ଦେଖିଥିଲେ। ବାଘଟି ସ୍କୁଲ ଭିତରେ ରହିଥିବା ସନ୍ଦେହ କରି ଆଜି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।
ଖବର ପ୍ରଚାର ହେବା ପରେ ଟିଟିଲାଗଡ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ଅନୁସନ୍ଧାନ ଜାରି ରଖିବା ସହିତ ସ୍କୁଲର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇ ଜଗି ରହିଛନ୍ତି। ବଡମାଲ ଗୋଳାବାରୁଦ କାରଖାନାଟି ଜଙ୍ଗଲ ଭିତରେ ଥିବାରୁ ଓ ଏହା ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଅନେକ ସମୟରେ ଲୋକେ ବାଘକୁ ଦେଖୁଥିବାରୁ ବନ ବିଭାଗ ବିଶେଷ ସତର୍କତା ଅବଲମ୍ବନ କରିଛି।