ଚାଷୀଙ୍କ ପାଇଁ ଖୁସିଖବର, ନୂଆଁଖାଇରେ ମିଳିବ ସିଏମ୍ କିଷାନ ଟଙ୍କା
ଓଏଲ୍ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ। ବିଧାନସଭା ଅଧିବେଶନର ସପ୍ତମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ସମବାୟ ବିଭାଗର ପ୍ରଶ୍ନକାଳ ଚାଲିଛି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏକ ଚାଷୀ ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।
ବିଧାନସଭାରେ କୃଷିମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ରାଜ୍ୟରେ ଖୁବ୍ଶୀଘ୍ର ସିଏମ୍ କିଷାନ ଯୋଜନା ଆରମ୍ଭ ହେବ। ବର୍ଷକୁ ୨ଟି କିସ୍ତିରେ ମିଳିବ ୪ ହଜାର ଟଙ୍କା। ନୂଆଁଖାଇ ଓ ଅକ୍ଷୟ ତୃତୀୟାରେ କିଷାନ ଟଙ୍କା ପ୍ରଦାନ କରାଯିବ। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବ ନୂଆ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରି ହେବ। ଯୋଗ୍ୟତା ଥାଇ ପିଏମ୍ କିଷାନ ଯୋଜନାରୁ ବାଦ୍ ଚାଷୀଙ୍କୁ ସାମିଲ ବ୍ୟବସ୍ଥା କରାଯାଇଛି।